
ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଆରଡି ସନ୍ନିକଟ ନାନ୍ଦପୁର ପଂଚାୟତ ଭୂଇଁପୁର ଗାଁ ରେ ଗତ ରବିବାର ଠାରୁ ମଧୁ ଗଣେଶ ପୂଜା ଆରମ୍ଭ ହୋଇଛି। ଏହି ପୂଜା ୭ଦିନ ଧରି ଚାଲିବ। ଚଳିତବର୍ଷ ଏହି ପୂଜା ୬୯ ବର୍ଷରେ ପଦାର୍ପଣ କରିଥିବା ଗାଁର ମୁରବୀମାନେ କହିଛନ୍ତି। ୭ଦିନ ଧରି ଏହି ପୂଜା ଚାଲିବ ଓ ଶନିବାର ପ୍ରଭୁଙ୍କୁ ବିସର୍ଜନ କରାଯାଇ ସାଳନ୍ଦୀ ନଦୀରେ ଭଷାଣୀ ଉତ୍ସବ ପାଳନ କରାଯିବ। ପ୍ରତିଦିନ ମଧ୍ୟାହ୍ନ ଓ ରାତ୍ରରେ ଏଠାରେ ୫୦୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି। ଏଥିସହ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଯଜ୍ଞରେ ପ୍ରତିଦିନ ଘିଅ ଆହୁତି ସହ ଅନ୍ୟାନ୍ୟ ଆହୁତି ପ୍ରଦାନ କରାଯାଉଛି। ପୂଜା ପ୍ରାରମ୍ଭରୁ ୩ ଦିନ ଧରି ଅପେରା ପ୍ରଦର୍ଶିତ ହେଉଥିବା ବେଳେ ଅନ୍ୟ ଦିନରେ ସୁନାମଧନ୍ୟ କଳାକାରମାନଙ୍କୁ ନେଇ ଭଜନ ପରିବେଷଣ କରାଯିବ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ