ଧାନ ଫସଲ ପରବର୍ତୀ ପଡିଆ ଜମିରେ ଡାଲି ଓ ତୈଳ ଜାତୀୟ ଫସଲର ସ୍ୱାବଲମ୍ବୀତା ଓ ସୁଦୃଢ ଜୀବିକା ଉପରେ ରାଜ୍ୟ ସ୍ତରୀୟ କର୍ମଶଳା
ଜୟପୁର, ୨୫ ମାର୍ଚ୍ଚ (ହି.ସ.) - ରାଜ୍ୟ ସ୍ତରୀୟ କର୍ମଶାଳ'' ଧାନ ଫସଲ ପରବର୍ତୀ ପଡିଆ ଜମିରେ ଡାଲି ଓ ତୈଳ ଜାତୀୟ ଫସଲର ସ୍ୱାବଲମ୍ବୀତା ଓ ସୁଦୃଢ ଜୀବିକା ଏମ୍ ଏସ ସ୍ୱାମୀନାଥାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଆଜି ଅର୍ଥାତ୍ ୨୫/୦୩/୨୬ ରିଖ ରେ ସ୍ୱସ୍ଥିଗ୍ରାଣ୍ଡ ଭୁବନେଶ୍ୱର ଠାରେ ଧାନ ପରବର୍ତୀ ପଡିଆ ଜ
' ଧାନ ଫସଲ ପରବର୍ତ୍ତୀ ପଡିଆ ଜମିରେ ଡାଲି ଓ ତୈଳ ଜାତୀୟ ଫସଲର ସ୍ବାବଲମ୍ବୀତା ଓ ସୁଦୃଢ ଜୀବିକା ଉପରେ ରାଜ୍ୟ ସ୍ତରୀୟ କର୍ମଶଳା


ଜୟପୁର, ୨୫ ମାର୍ଚ୍ଚ (ହି.ସ.) - ରାଜ୍ୟ ସ୍ତରୀୟ କର୍ମଶାଳ' ଧାନ ଫସଲ ପରବର୍ତୀ ପଡିଆ ଜମିରେ ଡାଲି ଓ ତୈଳ ଜାତୀୟ ଫସଲର ସ୍ୱାବଲମ୍ବୀତା ଓ ସୁଦୃଢ ଜୀବିକା ଏମ୍ ଏସ ସ୍ୱାମୀନାଥାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଆଜି ଅର୍ଥାତ୍ ୨୫/୦୩/୨୬ ରିଖ ରେ ସ୍ୱସ୍ଥିଗ୍ରାଣ୍ଡ ଭୁବନେଶ୍ୱର ଠାରେ ଧାନ ପରବର୍ତୀ ପଡିଆ ଜମି ପରିଚାଳନ କାର୍ଯ୍ୟକ୍ରମରୁ ଶିକ୍ଷା ଉପରେ ରାଜ୍ୟ ସ୍ତରିୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଡାଲି ଓ ତୈଳ ଜାତୀୟ ଫସଲର ଚାଷ ତଥା ସ୍ୱାବଲମ୍ବୀ ବିହନ ଉତ୍ପାଦନ ଏବଂ ଏଥିରେ ଏହି ସୁବିଚାର ଚିନ୍ତାଧାରା ତଥା ଧାନ ପରବର୍ତୀ ପଡିଆ ଜମିର ସୁପରିଚାଳନା ବା ଏଥିରେ ଡାଲି ଏବଂ ତୈଳ ଜାତ ଫସଲ ଉତ୍ପାଦନ କରି ଓଡିଶା କୃଷକ ଙ୍କ ଜୀବନ ଜୀବିକା ତଥା ମାନବ ସ୍ୱାସ୍ଥ୍ୟ ଏବଂ ମୃତିକା ସ୍ୱାସ୍ଥ୍ୟ କୁ ସୁଦୃଢ଼ କରିବାର ପ୍ରୟାସ ଆଜି ଉଜୠଗ କାର୍ଯ୍ୟକ୍ରମ ଦ୍ୱାରା ସାଫଲ୍ୟ ମଣ୍ଡିତ ହୋଇଛି ମତପ୍ରକାଶ ପାଇଥିଲା।

ପ୍ରକଳ୍ପ କୁ ସୁଦୃଢ଼ ଓ ସ୍ୱାବଲମ୍ବୀ କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ଙ୍କ କର୍ମଚାରୀ ଓ ପୂର୍ବତନ କର୍ମଚାରୀ ତଥା ବେସରକାରୀ ସଂସ୍ଥା ର ବିଜ୍ଞ ବ୍ୟକ୍ତି ଏବଂ ସରକାରୀ କର୍ମଚାରୀ ଯଥା ଓଡିଶା ସରକାରଙ୍କ ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ, ଶ୍ରୀ ଶ୍ରୀଧର କୁମାର ଦାସ ଓ ଶ୍ରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ତଥା ପ୍ରଫେସର ନିରଞ୍ଜନ ପଣ୍ଡା ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ନିତିରଞ୍ଜନ ସେନ ( ପରିଚାଳନ ନିର୍ଦେଶକ) ଓଡିଶା ବିହନ ନିଗମ, ଡ ରେଙ୍ଗାଲକ୍ଷ୍ମି ନିର୍ବାହୀ ନିର୍ଦ୍ଧେଶକ ଏମ୍ ଏସ ସ୍ୱମିନଥାନ ଗବେଷଣା ପ୍ରତିଷ୍ଠାନ ଚେନ୍ନାଇ, ଡ ଏମ୍ ଏମ୍ ହୁସେନ ଅବସର ପ୍ରାପ୍ତ ମୁଖ୍ୟ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ଡ କ୍ରୀଷ୍ଣ କୁମାର ନାବାଲେଡି ଯାଇକା ପ୍ରକଳ୍ପ ଭୁବନେଶ୍ୱର ପ୍ରମୁଖ ଭାଗ ନେଇ ଏହି କାର୍ଯ୍ୟକ୍ରମ ର ସଫଳତା ଏବଂ ତାର ଦୁର୍ବଳତା ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ଧାନ ପରବର୍ତୀ ପଡିଆ ଜମିର ସୂ ପରିଚାଳନ କାର୍ଯ୍ୟକ୍ରମ କିଭଳି ଓଡିଶା କୃଷି ର ଏକ ମୁଖ୍ୟ ଆୟ ରଅଂଶ ବିଶେଷ ତଥା ଡାଲି ଜାତୀୟ ଫସଲର ଉତ୍ପାଦନ ରେ

ଓଡିଶା କୁ ସ୍ୱାବଲମ୍ବୀ କରିବା ସହିତ ଚାଷୀ ଙ୍କୁ ଧାନ ଚାଷ ପରେ ଆଉ ଏକ ଫସଲ କରି ପରିବାର, ଦେଶର ପୋଷଣ ଏବଂ ଆୟ କୁ ଆହୁରି ବୃଦ୍ଧିକରିବ। ତାହାର ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ରାଜ୍ୟ ବିହନ ପରିଚାଳନ। ନିର୍ଦ୍ଧେଶକ ବିହନ ଉତ୍ପାଦନ ଏବଂ ବିହନ ଯୋଗାଣ ରେଓଡ଼ିଶା ସରକାରଙ୍କ ଉତମ ପ୍ରୟାସ ଯାହା ବିହନ ରଥ ମାଧ୍ୟମ ରେ ଅକ୍ଷୟ ତୃତୀୟା ଦିନ ଚାଷୀ ଙ୍କ ଘର ନିକଟରେ ବିହନ ପହଂଚାଇବା ନିମନ୍ତେ ନିଷ୍ପତି ନିଆଯାଇ ଥିବା କହିଥିଲେ। ସୂଚନା ଯୋଗ୍ୟ କି ଏହି ବୈଠକ ରେ ୫ ଟି ଜିଲ୍ଲାର କୃଷକମାନେ ଯୋଗ ଦେଇ ଏହି ପ୍ରକଳ୍ପ ମାଧ୍ୟମ ରେ ଚାଷ କରି ସଫଳତା ପାଇଥିବା ଅଭିଜ୍ଞତା କୁ ପରିପ୍ରକାଶ କରିଥିଲେ । ଏହି ଅବସରରେ ଏହି ପ୍ରକଳ୍ପ ର ଆରମ୍ଭ ରୁ ଅର୍ଥାତ ୨୦୨୨/୨୩ ମସିହାରୁ ୨୦୨୫ ମସିହା ପର୍ଯ୍ୟନ୍ତ ପକଳ୍ପ ଦ୍ୱାରା ହୋଇଥିବା ଚାଷ କୁ ଅନୁଧ୍ୟାନ କରି ଲେଖା ଯାଇଥିବା ଏକ ଗବେଷଣା ସାରାଂଶ ଥିବା ଏକ ପୁସ୍ତିକା କୁ ଉନ୍ମଚନ କରାଯାଉଥିଲା । ଶେଷରେ ଏହି କାର୍ଯ୍ୟକ୍ରମଟିକୁ ଶ୍ରି ପ୍ରଶାନ୍ତ କୁମାର ପରିଡ଼ା ନିର୍ଦ୍ଦେଶକ ଏମ୍ ଏସ ସ୍ୱମିନାଥାନ ଗବେଷଣା ସଂସ୍ଥା ଜୟପୁର ଅଧ୍ୟକ୍ଷତା କରିବା ସହ ଅକ୍ଷୟ କୁମାର ପଣ୍ଡା କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande