
କନ୍ଧମାଳ , ୨୫ ମାର୍ଚ୍ଚ (ହି.ସ.) - ଅନେକ ଦିନର ଛକାପଞ୍ଝା ପରେ ଶେଷରେ କନ୍ଧମାଳ ଜିଲ୍ଲା ପୋଲିସ୍ ନିକଟରେ ଏକେ-୪୭ ବନ୍ଧୁକ ଛାଡି ନିଜର ଆଉ ୪ ଜଣ ସହଯୋଗୀଙ୍କ ସହ, ଆତ୍ମସମର୍ପଣ କରିଛନ୍ତି ଦୁର୍ଦ୍ଦାନ୍ତ ମାଓ ନେତା ଶୁକ୍ରୁ(୪୯) ତାର ଘର ମାଲକାନଗିରି ଜିଲ୍ଲା କୁରୁବରେ ଏବଂ ତା ମୁଣ୍ଡରେ ୫୫ ହଜାର ଟଙ୍କା ର ପୁରସ୍କାର ରାଶି ଘୋଷଣା ହୋଇଥିଲା ବୋଲି କହିଛନ୍ତି । ଆଜି ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆରେ ଆନୁଷ୍ଠାନିକ ଭାବେ ଏହି ସୁଚନା ଦେଇଛନ୍ତି, ରାଜ୍ୟ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଆଣ୍ଟି ନକ୍ସଲ ଅଭିଯାନର ମୁଖ୍ୟ ଶ୍ରୀ ସଞ୍ଜୀବ ପଣ୍ଡା। ଅନ୍ଯ ପକ୍ଷରେ ଆଜି ଜିଲ୍ଲା ରେ ସକ୍ରିୟ ଥିବା ଅବଶିଷ୍ଟ ୮ ରୁ ୯ ଜଣ ମାଓବାଦୀଙ୍କୁ ଧରିବା ପାଇଁ ଦାରିଙ୍ଗବାଡ଼ି ଜଙ୍ଗଲରେ ଜବାନ୍ ମାନେ କୁମ୍ବିଙ୍ଗ ଅପରେସନ ଚଳାଇଥିବା ବେଳେ ମାଓବାଦୀଙ୍କ ସହିତ ମୁହାଁମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଏସ୍ ଓ ଜି ଜବାନ୍ ଗୁରୁତ୍ତର ଭାବରେ ଆହତ ହୋଇଥିବା ନେଇ ମଧ୍ୟ ସୁଚନା ଦେଇଛନ୍ତି ଶ୍ରୀ ସଞ୍ଜୀବ ପଣ୍ଡା । ଆହତ ଜବାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଆଜି ଶୁକ୍ରୁ ଗତ ସହିତ ଆତ୍ମ ସମର୍ପଣ କରିଥିବା ଆଉ ଚାରି ଜଣ ମାଓବାଦୀଙ୍କ ମଧ୍ୟରେ ପାର୍ଟି ମେମ୍ବର ସଞ୍ଜୟ ରାୱା (୨୮) ତା ଘର ଛତିଶଗଡ ର ଢେଲାମାରେ ।ସେ ଗତ ୨୦୧୭ ମସିହାରେ ସଂଗଠନରେ ଯୋଗ ଦେଇଥିଲା । ତା ମୁଣ୍ଡରେ ୨ ଲକ୍ଷ ୭୫ ହଜାର ଟଙ୍କା ର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଅନ୍ଯ ଜଣେ ରୋନି ପଟାମୀ(୨୬) ଘର ଛତିଶଗଡ ର ପୁମ୍ବାଡା ତା ମୁଣ୍ଡରେ ୨ ଲକ୍ଷ ୭୫ ହଜାର ଟଙ୍କାର ପୁରସ୍କାର ରାଶି, କୁନି ମାଝୀ (୨୬)ଘର କଳାହାଣ୍ଡି ଜିଲ୍ଲା ପାଞ୍ଚକୁ ରେ ଏବଂ ତା ମୁଣ୍ଡରେ ୨ ଲକ୍ଷ ୭୫ ହଜାର ଟଙ୍କା ର ପୁରସ୍କାର ରାଶି ଘୋଷଣା, ଛତିଶଗଡ ମାଙ୍କିଲ ର ବନିଲା କୃଶମ(୨୫) ତା ମୁଣ୍ଡରେ ମଧ୍ୟ ୨ ଲକ୍ଷ ୭୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏହିମାନେ ସମୁଦାୟ ୮୨ ଲକ୍ଷ ୯୬ ହଜାର ୬୮୫ ଟଙ୍କା ପାଇବେ ବୋଲି ସେ ସୁଚନା ଦେଇଛନ୍ତି। ତେବେ ପୋଲିସ୍ ର ଲଗାତାର କୁମ୍ବିଂ ଅପରେସନ ଓ ଏନକାଉଣ୍ଟର, ସଂଗଠନରେ ନେତୃତ୍ବର ଅଭାବ ଯୋଗୁଁ ମାଓବାଦୀମାନେ ନିଜକୁ ଅସୁରକ୍ଷିତ ମନେ କରିବା ଏବଂ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ମାଓ ଆତ୍ମସମର୍ପଣ ପରେ ଆକର୍ଷଣୀୟ ଥଇଥାନ ଯୋଜନାର ଲାଭ ନେବା ପାଇଁ ମାଓବାଦୀ ମାନେ ଆତ୍ମ ସମର୍ପଣ କରିଥିବା କହିଛନ୍ତି ସେ। ଆଜି ଏହି ଅବସରରେ ଆଇଜି ଶ୍ରୀ ଦୀପକ କୁମାର,ଡିଆଇଜି ଶ୍ରୀ ଅଖିଳେଶ ସିଂ,କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, କନ୍ଧମାଳ ଏସପି ଶ୍ରୀ ହରିଶ ବିଶି ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାମେନ୍ଦ୍ର ପ୍ରସାଦଙ୍କ ସମେତ ବିଏସଏଫ, ସିଆରପିଏଫ୍, ଏସ୍ ଓ ଜି ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ନିର୍ଧାରିତ ସମୟରେ କନ୍ଧମାଳ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ଘୋଷଣା ହେବ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ପ୍ରସ୍ତୁତି ମଧ୍ଯ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ