
ନୂଆପଡ଼ା,୨୫ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କୁଳିଗାଁ ଠାରେ ଅନୁଷ୍ଠିତ ଷୋହଳ ପ୍ରହରୀ ନାମଯଜ୍ଞ ହର୍ଷ ଉଲ୍ଲାସର ସହ ଆଜି ଉଦଯାପିତ ହୋଇଯାଇଛି । ପ୍ରଥମେ ଗାଁର ଶହଶହ ମହିଳା ଓ ପୁରୁଷ ଘଣ୍ଟ ବାଦ୍ୟ ସଂକୀର୍ତ୍ତନ ସହ ବିରାଟ ଶୋଭାଯାତ୍ରାରେ ବାହାରି ଇନ୍ଦ୍ର ନଦୀରୁ କଳସ ଯାତ୍ରାରେ କଳସ ଆଣି ମଣ୍ଡପରେ ସ୍ଥାପନ କରିଥିଲେ । ପରେ ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ତଥା ଆଖପାଖ ଅଞ୍ଚଳର ବଛା ବଛା ପୁରୁଷ ଓ ମହିଳା ସଂକୀର୍ତ୍ତନ ଦଳ ମାନଙ୍କ ଦ୍ୱାରା ଭଗବାନଙ୍କ ହରେକୃଷ୍ଣ ହରେରାମ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ ଦଳ ମାନଙ୍କ ଚିତାକର୍ଷକ ଗୀତବାଦ୍ୟ ଓ ନୃତ୍ୟରେ ହଜାର ହଜାର ଦର୍ଶକ ଦିନରାତି ଝୁମି ଉଠି ଭଗବାନ ନାମରସ ପାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଧୀର ଶବର ଓ ରାମ କୁମାରି ଶବର କର୍ତାଭାବରେ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବରେ ମୃତ୍ୟୁଞ୍ଜୟ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ । ଆୟୋଜକ ବିଦୁର ଶବର, ରାମ ଶବର, ରଥ ଗୌଡ଼, ଭୀଷ୍ମ ପୁଝାରୀ ,କବିଚନ୍ଦ୍ର ଶବର ,ତୀର୍ଥ ଶବର, ସାରଙ୍ଗ ପଣ୍ଡା, ଯୁଗଳ ଶବର, କନ୍ଦର୍ପ ଶବର, ସନାତନ ଶବର, ସୁନାଧାର ରାଉତ, ଉପେନ୍ଦ୍ର ଶବର, ବଳଭଦ୍ର ଶବର, ଶିଶିର ସବର, ମାୟା ଗୌଡ଼, ଲଳିତ ନାଗ, କର୍ଣ୍ଣ ନାଗ, ଅକ୍ରୁର ଶବର, ସୁନୀଲ ଶବର, ଟଙ୍କ ଶବର, ବିଶ୍ୱମିତ୍ର ପୁଝାରୀ, ପ୍ରହଲ୍ଲାଦ ଶବର ପ୍ରମୁଖ ସହଯୋଗ କରିଥିଲେ । ଉଦଯାପନୀରେ ନଗର ପରିକ୍ରମା ସହ ବିଭିନ୍ନ ସଂକୀର୍ତନ ଦଳକୁ ନେଇ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ