ନୂଆ ପେନ୍ସନ ବିଲ୍କୁ ବିରୋଧ, ଧାରଣା
ଖୋର୍ଦ୍ଧା, , 25 ମାର୍ଚ୍ଚ (ହି.ସ.) - କେନ୍ଦ୍ର ଓ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ଓ ତତ୍ଜନିତ ସୁବିଧା ସୁଯୋଗକୁ ପ୍ରତ୍ୟାହାର କରିବା ପାଇଁ ଗତ ୨୦୨୫ ମସିହା ମାର୍ଚ୍ଚ ମାସ ୨୫ତାରିଖରେ ସରକାର ସଂସଦରେ ପାରିତ କରିଥିବା ବିଲ୍କୁ ଆଜି ଖୋର୍ଦ୍ଧାରେ ବିରୋଧ କରାଯାଇଛି। ବିଭିନ୍ନ ସଂ
Pension


ଖୋର୍ଦ୍ଧା, , 25 ମାର୍ଚ୍ଚ (ହି.ସ.) - କେନ୍ଦ୍ର ଓ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ଓ ତତ୍ଜନିତ ସୁବିଧା ସୁଯୋଗକୁ ପ୍ରତ୍ୟାହାର କରିବା ପାଇଁ ଗତ ୨୦୨୫ ମସିହା ମାର୍ଚ୍ଚ ମାସ ୨୫ତାରିଖରେ ସରକାର ସଂସଦରେ ପାରିତ କରିଥିବା ବିଲ୍କୁ ଆଜି ଖୋର୍ଦ୍ଧାରେ ବିରୋଧ କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ଏହା ବିରୋଧରେ ପ୍ରତିବାଦ ଚାଲିଥିବାରୁ ସରକାର ଏହାକୁ କାର୍ଯ୍ୟକାରୀ କରାଇ ପାରି ନାହାନ୍ତ। ଏହି ବିଲ୍ କାର୍ଯ୍ୟକାରୀ ହେଲେ ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ଅଷ୍ଟମ ବେତନ କମିଶନ ଅନ୍ତର୍ଭୁକ୍ତ ହେବାରୁ ବଞ୍ଚିତ ହେବେ। ୨୦୨୬ ମସିହା ମାର୍ଚ୍ଚ ମାସ ୨୫ତାରିଖ ଦିନ ଏହି ବିଲ୍କୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ କେନ୍ଦ୍ରୀୟ ସଂଗଠନର ଆହ୍ବାନ କ୍ରମେ ଆଜି ଖୋର୍ଦ୍ଧାରେ ଏହି ବିଲ୍ ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ ନେତା ସୁରେଶ ଚନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ଖୋର୍ଦ୍ଧା ଜିଲ୍ଲାର ବହୁ ଶିକ୍ଷକ ଓ କର୍ମଚାରୀ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ସଭା କରିବା ସହିତ ସରକାର ବିରୋଧୀ ବିଭିନ୍ନ ନାରାବାଜି ଦେଇଥିଲେ। ବୋଲଗଡ଼ ବ୍ଲକ୍ ଶିକ୍ଷକ ମହାସଂଘର ସଭାପତି ଦିବାକର ପରମଗୁରୁଙ୍କ ନେତୃତ୍ବରେ ଅନୁଷ୍ଠିତ ସଭାରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସତ୍ୟବାନ ଶ୍ରୀଚନ୍ଦନ, ନବ କିଶୋର ମହାପାତ୍ର, ନଗେନ୍ଦ୍ର କୁମାର ଦତ୍ତ, ଗୋପାଳ ଚନ୍ଦ୍ର ତ୍ରିପାଠୀ, ପ୍ରହଲ୍ଲାଦ ବାରିକ, ଅନିଲ୍ କୁମାର ସାହୁ, ବେଣୁଧର ମହାପାତ୍ର, ବୈକୁଣ୍ଠ ମହାରଣା, ଅଞ୍ଜନ କୁମାର ରାୟ, ବେଲେଶ୍ବର ଜୁଝାରସିଂହ ପ୍ରମୁଖ ଏହି ବିଲ୍ ଯୋଗୁ ହେବାକୁ ଥିବା କ୍ଷତି ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଶିକ୍ଷକ ନେତା ରବୀନ୍ଦ୍ର କୁମାର ଶତପଥୀଙ୍କ ନେତୃତ୍ବରେ ଶିକ୍ଷୟିତ୍ରୀ ସୁକାନ୍ତି ଦେବୀ, ପ୍ରସନ୍ନ କୁମାର ଶ୍ରୀଚନ୍ଦନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande