ପଡ଼ିଆ ଜମିର ବିସ୍ତୃତ ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ପଂଚାୟତ ଆଡେନଡୁଙ୍ଗୁରି ଗ୍ରାମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଧାନ ପରବର୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା କୃଷି ଯୋଜନା ଅଧିକ
ପଡିଆ ଜମିର ବିସ୍ତୃତ ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ


ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ପଂଚାୟତ ଆଡେନଡୁଙ୍ଗୁରି ଗ୍ରାମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଧାନ ପରବର୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା କୃଷି ଯୋଜନା ଅଧିକାରୀ ଦେବପ୍ରିୟ ପଣ୍ଡା, ୟୁପକୋ କ୍ଷେତ୍ର ଅଧିକାରୀ ସୁରଜ ମହାନ୍ତି, ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତ,ପ୍ରକଳ୍ପର ଅଂଚଳ କ୍ଲଷ୍ଟର କୋଡିନେଟର ଗୋବିନ୍ଦ ଚନ୍ଦ୍ର ବିଶି, କୃଷକ ସାଥି ଅଚ୍ୟୁତାନନ୍ଦ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ଧାନ ପରବର୍ତୀ ପଡିଆ ଜମିର ସୁପରିଚାଳନା ବ୍ୟବସ୍ଥା ଯାହାକି ଡାଲି ଜାତୀୟ ଫସଲର ପ୍ରୋତ୍ସାହନ କରି ମୃତିକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଉତ୍ପାଦନକୁ ବୃଦ୍ଧି କରିଥାଏ। ଡାଲି ଜାତୀୟ ଚାଷ ଜମିରେ ସୌର ଆଲୋକ ଟ୍ରାପ, କୀଟ ପତଙ୍ଗ ସଂଲଗ୍ନ ହଳଦିଆ ଷ୍ଟିକ ଟ୍ରାପ ଉପରେ ତାଲିମ ଦିଆଯିବା ସହିତ ଚାଷୀଙ୍କୁ ସଚେତନ କରାଯାଇଥିଲା। ଚାଷରେ ବ୍ୟବହାରିକ ସାର ପ୍ରୟୋଗ କରିବା ସହିତ ଔଷଧରେ କିଭଳି ରାସାୟନିକ ସାର ବ୍ୟବହାର ନକରି ଜୈବିକ ଖତ ଉପରେ ସବୁ ଚାଷୀ ଧ୍ୟାନଦେବେ ସେ ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ଚାଷୀମାନଙ୍କ ତରଫରୁ ଉପସ୍ଥାପିତ ଚାଷ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଅସୁବିଧାକୁ ଯୋଜନା ଅଧିକାରୀଙ୍କ ଦ୍ୱାରା ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଇ ନିରାକରଣ କରାଯାଇଥିଲା। ଏହି ଅବସରରେ ଗାଁରେ ହୋଇଥିବା ମୁଗଚାଷ ଏରିଆକୁ ଅଧିକାରୀଗଣ ପରିଦର୍ଶନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande