
୩୧,୯୧୫ ପିଜି ସିଟ୍ ପାଇଁ ଆବେଦନ କରିଛନ୍ତି ୫୮,୭୦୮ ଜଣ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ ହେବ ସିପିଇଟି (କମନ୍ ପିଜି ଏଂଟ୍ରାନ୍ସ ଟେଷ୍ଟ ) ପ୍ରବେଶିକା ପରୀକ୍ଷା। ୫ ମେ' ୨୦୨୬ ରିଖ ଠାରୁ ୧୮ ମେ' ୨୦୨୬ ରିଖ ପର୍ଯ୍ୟନ୍ତ ସିପିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ, ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।
ଶିକ୍ଷାବର୍ଷ ୨୦୨୬-୨୭ରେ ସ୍ନାତକୋତର ପାଠ୍ୟକ୍ରମ ପାଇଁ ରହିଥିବା ୩୧,୯୧୫ ସିଟ୍ ନିମନ୍ତେ ସର୍ବମୋଟ ୫୮,୭୦୮ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଫେବୃଆରୀ ମାସ ୨୭ ତାରିଖରୁ ମାର୍ଚ୍ଚ ମାସ ୨୨ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ସପିଇଟି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ।ଆବେଦନକାରୀମାନଙ୍କ ତଥ୍ୟ ମାର୍ଚ୍ଚ ୨୬ ତାରିଖ ଦିନ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ କୁ ପ୍ରଦାନ କରାଯିବ। ଏପ୍ରିଲ ୩୦ ତାରିଖ ଦିନ ପ୍ରବେଶିକା ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଏସଏସବି ୱେବ୍ସାଇଟକୁ ଯାଇ ଏପ୍ରିଲ ୩୦ ତାରିଖରୁ ନିଜର ଆଡ଼ମିଟ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ। ସ୍ନାତକୋତ୍ତର ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଚୟନ ସିପିଇଟି ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ।
ଏଥିସହ ଜୁଲାଇ ୧୦, ୨୦୨୬ ରିଖ ସୁଦ୍ଧା ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା