ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ସଂଘର ଜରୁରୀ ବୈଠକ
କେନ୍ଦୁଝର,୨୫ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ହରିହର ମହାନ୍ତଙ୍କ ଅଧ୍ୟକ୍ଷତାରେ ସ୍ୱାମ୍ ପାଟଣା ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ସଂପାଦକ ପ୍ରସନ୍ନ କୁମାର ପରିଡା ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚ
ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ସଂଘର ଜରୁରୀ ବୈଠକ


କେନ୍ଦୁଝର,୨୫ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ହରିହର ମହାନ୍ତଙ୍କ ଅଧ୍ୟକ୍ଷତାରେ ସ୍ୱାମ୍ ପାଟଣା ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ସଂପାଦକ ପ୍ରସନ୍ନ କୁମାର ପରିଡା ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ ଗତବର୍ଷ ମାର୍ଚ୍ଚ ମାସ ୨୫ ତାରିଖ ୨୦୨୫ରେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ସିଣିଲସର୍ଭସ ପେନସନ ଆକ୍ଟ ଦେଶର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପେନସନ୍ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବାରୁ ସଭାରେ ଥିବା ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ମାନେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।ଏହାଦ୍ୱାରା ଅଷ୍ଟମ ବେତନ କମିଶନ ପେନସନ୍ ଅଭିବୃଦ୍ଧର ସୁଯୋଗରୁ ୩୧/୧୨/୨୦୨୫ ମସିହା ପୂର୍ବରୁ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀ ବୃନ୍ଦ ବଂଚିତ ହେବେ।ଏହା ଗଭୀର ଭାବେରେ ପେନସନ୍ ଭୋଗୀଙ୍କ ଜୀବନ ଶୈଳୀକୁ କରିବ ବୋଲି ସଭାରେ ଆଶଙ୍କପ୍ରକାଶ ପାଇଥିଲା। ପେନସନ୍ ସମାଜିକ ସୁରକ୍ଷାର ଏକ ମାଧ୍ୟମ ଏହାକୁ ସୁରକ୍ଷିତ ରଖିବା ପାଇଁ ସଂଘଟିତ ଆନ୍ଦୋଳନ ଏକାନ୍ତ ଆବଶ୍ୟକ ବୋଲି ଏହି ସଭାରେ ଆଲୋଚନା କରିଥିଲେ। ଏହି ଆକ୍ଟ ପ୍ରତ୍ୟାହାର ନିମନ୍ତେ ପାଟଣା ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ଯଦି ଏ ସମାସ୍ୟା ର ସମାଧାନ ନହେଲେ ପରବର୍ତୀ ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ରହିବା ପାଇଁ ସମସ୍ତଙ୍କ ସଭାରେ ସୂଚନା ଦିଆଯାଇଛି।ଏହି ସଭାରେ ଶାନ୍ତୁନୁ କୁମାର ସାହୁ ହୃଷୀକେଶ ମହାନ୍ତ କ୍ଷୀରୋଦ ଚନ୍ଦ୍ର ମିଶ୍ର ବିଦ୍ୟାଧର ମହାନ୍ତ ବସନ୍ତ କୁମାର ଘଣା ପ୍ରତାପ ଚନ୍ଦ୍ର ମହାନ୍ତ ତରଣୀସେନ ମହାନ୍ତ ଯତିନ୍ଦ୍ର କୁମାର ପଲେଇଙ୍କ ସହ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande