ପେନସନ ଭେଲିଡେସନ ଆକ୍ଟ ୨୦୨୫ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
ପେନସନ ଭେଲିଡେସନ ଆକ୍ଟ ୨୦୨୫ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
ପେନସନ ଭେଲିଡେସନ ଆକ୍ଟ ୨୦୨୫ ପ୍ରତ୍ୟାହାର ଦାବିରେ ବିକ୍ଷୋଭ


ପେନସନ ଭେଲିଡେସନ ଆକ୍ଟ ୨୦୨୫ ପ୍ରତ୍ୟାହାର ଦାବିରେ ବିକ୍ଷୋଭ


ସମ୍ବଲପୁର,୨୫, ମାର୍ଚ୍ଚ (ହି.ସ.) ପେନସନ ଭେଲିଡେସନ ଆକ୍ଟ ପ୍ରତ୍ୟାହାର ଦାବୀ ନେଇ ଆଜି ଅବସରପ୍ରାପ୍ତ ଶିକ୍ଷକ ଏବଂ କର୍ମଚାରୀ ମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସର୍ବଭାରତୀୟ ପେନସନର ଫେଡରେସନ ଓ ଓଡିଶା ରାଜ୍ୟ ଶିକ୍ଷକ କର୍ମଚାରୀ ସଂଗଠନ ର ଆହ୍ୱାନ କ୍ରମେ ସମ୍ବଲପୁର ଜିଲ୍ଲା ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଜିଲାପାଳ ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇ ସ୍ମାରକ ପତ୍ର ଗ୍ରହଣ କରିଥିଲେ।ଆସନ୍ତା ଅଷ୍ଟମ ଦରମା ସମିକରଣ କମିଟି ର ସୁପାରିଶ କୁ ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ପୂର୍ବରୁ ଅବସର ନେଇଥିବା କେନ୍ଦ୍ର ଓ ରାଜ୍ୟ ର ପେନସନ ଭୋଗୀ ଙ୍କ ପାଇଁ ଲାଗୁ ନକରିବା ପାଇଁ ସଂସଦରେ ଗତ ବର୍ଷ ମାର୍ଚ୍ଚ ୨୫ ରେ ତରବରିଆ ଭାବେ କେନ୍ଦ୍ର ସରକାର ଏହି ଆକ୍ଟ କୁ ଗୃହୀତ କରାଇଛନ୍ତି। ଏହାଦ୍ୱାରା ସମଗ୍ର ଦେଶ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନସନର ମାନେ ନାହିଁ ନ ଥିବା କ୍ଷତି ର ସମ୍ମୁଖୀନ ହେବେ ଓ ପେନସନ ଏକପ୍ରକାର ସ୍ଥାଣୁ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଏହି ଆକ୍ଟ କୁ ଏକ କଳା ଆଇନ ଦର୍ଶାଇ ସମଗ୍ର ଦେଶ ର ପ୍ରତିବାଦ ସ୍ବରୂପ ଆଜି ସମ୍ବଲପୁର ଜିଲ୍ଲା ରେ ସ୍ମାରକ ପତ୍ର ପ୍ରଦାନ କରାଯାଇ ଏହି ଆଇନକୁ ପ୍ରତ୍ୟାହାର ଦାବି କରାଯାଇଛି। ସଂଗଠନ ର ସଭାପତି ହୀରାଲାଲ ବାରିକ ଓ ସମ୍ପାଦକ ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକ ର ଅନେକ ଶିକ୍ଷକ ପ୍ରତିନିଧି ଆନ୍ଦୋଳନ ରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ମଧ୍ୟ ଯଦି ଏହି ଆଇନ ପ୍ରତ୍ୟାହାର ନ ହୁଏ ଆଗାମୀ ଦିନ ଭୟଙ୍କର ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande