ଆର୍ସିଡିସି ତରଫରୁ ପାରମ୍ପରିକ ଦେଶୀ ବିହନ, ଖାଦ୍ୟ ଓ ଜୈବ ବିଭିଦତା ମେଳା ୨୦୨୬ ଅନୁଷ୍ଠିତ
ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଡୁଡୁମଦହରା ଗ୍ରାମ ଠାରେ ଆର୍ସିଡିସି ତରଫରୁ ପାରମ୍ପରିକ ଦେଶୀ ବିହନ, ଖାଦ୍ୟ ଓ ଜୈବ ବିଭିଧତା ମେଳା ୨୦୨୬ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଆର୍ସିଡିସିର ଖପ୍ରାଖୋଲ ବ୍ଲକ୍ର ପ୍ରୋଗ୍ରାମ ଅଧିକାରୀ ଦେବରାଜ ଭୋଇ ଲକ୍ଷ୍ୟ ଓ ଉଦ୍
ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା ୨୦୨୬ ଅନୁଷ୍ଟିତ।


ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା ୨୦୨୬ ଅନୁଷ୍ଟିତ।


ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା ୨୦୨୬ ଅନୁଷ୍ଟିତ।


ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା ୨୦୨୬ ଅନୁଷ୍ଟିତ।


ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଡୁଡୁମଦହରା ଗ୍ରାମ ଠାରେ ଆର୍ସିଡିସି ତରଫରୁ ପାରମ୍ପରିକ ଦେଶୀ ବିହନ, ଖାଦ୍ୟ ଓ ଜୈବ ବିଭିଧତା ମେଳା ୨୦୨୬ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଆର୍ସିଡିସିର ଖପ୍ରାଖୋଲ ବ୍ଲକ୍ର ପ୍ରୋଗ୍ରାମ ଅଧିକାରୀ ଦେବରାଜ ଭୋଇ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଦେଶୀ ବିହନ ସୁରକ୍ଷା, ସଂରକ୍ଷଣ ଓ ବ୍ୟବହାର ତଥା ଜନସଚେତନତା ଉପକାରିତା ସମ୍ପର୍କରେ ଅବଗତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆର୍ସିଡିସିର କାର୍ଯ୍ୟକ୍ରମ ପରିଚାଳକ ଶମ୍ଭୁ ସାହୁ ବର୍ତମାନ ଚାଷରେ ସରକାରୀ ବ୍ୟବସ୍ଥା ଉପରେ ସମସ୍ତଙ୍କୁ ଜଣାଇଥିଲେ। ପ୍ରଗତି ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏ ଶେଖର ଦେବତା ମୁଖ୍ୟବକ୍ତା ଭାବେ ଯୋଗଦେଇ ପାରମ୍ପରିକ ଚାଷ ଉପରେ ଆଲୋଚନାରେ କରିଥିଲେ। ପଲ୍ଲୀ ଆଲୋକ ପାଠାଗାରର ପ୍ରକଳ୍ପ ସଂଯୋଜକ ହୀରାଲାଲ ମିଶ୍ର ବର୍ତମାନର ଚାଷ ପଦ୍ଧତି ଓ ଜଳବାୟୁ ପରିବର୍ତନ ଉପରେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପରିବେଶ ବିତ୍ ସୁଦର୍ଶନ ସାହୁ, ଜିଲ୍ଲା ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଫୋରମ୍ର ଆବାହକ କୁଳମଣି ସାହୁ ଦେଶୀ ବିହନ ବନାମ କମ୍ପାନୀ ବିହନ ଉପରେ ମତାମତ ଦେଇଥିଲେ, ଆମ ଚାଷ ବ୍ୟବସ୍ଥାରେ କ୍ଷୁଦ୍ର ଦାନା ଶସ୍ୟର ଭୂମିକା ଉପରେ ପ୍ରକାଶ କରିଥିଲେ। ଗନ୍ଧମାର୍ଦ୍ଦନ ଏକସନ କମିଟିର ଟେକେନ୍ଦ୍ର ଜାଲ, ବନ ବିଭାଗର ସ୍ୱପ୍ନ ସାଗର ପରିଡ଼ା, ଶ୍ରୀ ଅନ୍ନ ଅଭିଯାନର ବ୍ଲକ୍ ସଂଯୋଜକ ଉମେଶ ଗୁପ୍ତା, ସମନ୍ୱିତ ଶିଶୁ ପ୍ରକଳ୍ପର ସୁପରଭାଇଜର କୁନ୍ତଳା କୁମ୍ଭାର, ତେଲେନପାଳି ଗ୍ରାମ ପଂଚାୟତର ସରପଂଚ ଶକୁନ୍ତଳା ବେହେରା, ନାନ୍ଦୂପଲା ଗ୍ରାମ ପଂଚାୟତର ସରପଂଚ ନିଲେନ୍ଦ୍ରି ପୂଝାରୀ ପ୍ରମୁଖ ଉପସ୍ଥିତ ରହି ଦେଶୀ ବିହନ ସୁରକ୍ଷା, ସଂରକ୍ଷଣ ଓ ବ୍ୟବହାର ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ, ଠୁଟା କୃଷକ ଉତ୍ପାଦକ କମ୍ପାନୀର ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବୈକୁଣ୍ଠ ବାଗ, ନାରାୟଣ ସାହୁ, ପ୍ରଭୁଲାଲ ସରାଫ, ବୈଦ୍ୟ ବ୍ରହ୍ମା ନାଏକ, ନୀଳମଣି କଠାର, ଖଗେଶ୍ୱର ପାତ୍ର, ସରସ୍ୱତୀ ପ୍ରଧାନ ସହାଯୋଗ କରିଥିଲେ। ପରିଶେଷରେ ମମତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande