
ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତ ଅଧିନ କଷିମଳାଗୋଠ ଗ୍ରାମର ସମାଜସେବୀ ସତ୍ୟାନନ୍ଦ ରାଉତଙ୍କୁ ହୀରାଂଚଳ ସମ୍ମାନ - ୨୦୨୬ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ହୋଟେଲ ପ୍ରାଚୀରେ ଦୈନିକ ହୀରାଂଚଳର ବିଂଶତମ ସ୍ୱନକ୍ଷେତ୍ର ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସ୍ୱନକ୍ଷେତ୍ର ଉତ୍ସବରେ ମୁଖ୍ୟ ଅତିଥିଭାବେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ସମ୍ନାନିତ ଅତିଥିଭାବେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ,ଲୋକ ସଭା ସାଂସଦ ସୁକାନ୍ତ ପାଣିଗ୍ରାହୀ,ବୌଦ୍ଧ ବିଧାୟକ ଓ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ,ପୂର୍ବ ଓଡିଶା ପ୍ରାକ୍ତନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କାର୍ଯ୍ୟବାହ ଡ଼. ଅନୀଲ କୁମାର ମିଶ୍ର,ହୀରାଂଚଳ ସମ୍ପାଦକ ଯୁଗଳ କିଶୋର ସାମଲ ପ୍ରମୁଖ ଉପସ୍ଥିତରହି ସମାଜସେବୀ ଶ୍ରୀ ରାଉତଙ୍କୁ ସମ୍ମାନିତ କରିଥିଲେ।ଚାନ୍ଦବାଲି ଅଂଚଳରେ ଶ୍ରୀ ରାଉତ ଜଣେ ସମାଜସେବୀ ଭାବେ ବେଶ ପରିଚିତ। ପିତା ସ୍ୱର୍ଗତ ସନାତନ ରାଉତଙ୍କ କନିଷ୍ଠ ପୁତ୍ରଭାବେ ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି।ନିଃସ୍ୱାର୍ଥପର ସେବା,କାର୍ଯ୍ୟ ନିଷ୍ଠା, ସମର୍ପଣ ଭାବ ସହିତ ଗରିବ,ଅସହାୟ ଓ ଅଭାବୀ ମଣିଷଙ୍କର ସେବା ପାଇଁ ସମାଜସେବୀ ଶ୍ରୀ ରାଉତଙ୍କୁ ହୀରାଂଚଳ ପକ୍ଷରୁ ଏହି ସମ୍ନାନ ଦିଆଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ