ଜିଲା ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଯନ୍ତ୍ରପାତି ଲଗାଇବାକୁ ଦାବି
ଜୟପୁର, 25 ମାର୍ଚ୍ଚ (ହି.ସ.) - ଜୟପୁର ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ଜିଲା ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ଉପ ଜିଲାପାଳ ଦାୟିତ୍ୱ ରେଥିବା ଆଇଟିଡିଏ ପିଏ ତୃପ୍ତି ବରାଇଙ୍କୁ ଆଜି ସମାଜ ସେବି ବି ହରିରାଓଙ୍କ ନେତ୍ୃତ୍ୱରେ ଗ୍ର
ଜିଲା  ଚିକିତ୍ସାଳୟରେ  ବିଶେଷଜ୍ଞ ଡାକ୍ତର  ନିଯୁକ୍ତି ସହ ଯନ୍ତ୍ରପାତି ଲଗାଇବାକୁ ଦାବି


ଜୟପୁର, 25 ମାର୍ଚ୍ଚ (ହି.ସ.) - ଜୟପୁର ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ଜିଲା ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ଉପ ଜିଲାପାଳ ଦାୟିତ୍ୱ ରେଥିବା ଆଇଟିଡିଏ ପିଏ ତୃପ୍ତି ବରାଇଙ୍କୁ ଆଜି ସମାଜ ସେବି ବି ହରିରାଓଙ୍କ ନେତ୍ୃତ୍ୱରେ ଗ୍ରାମବାସୀ ମାନେ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଦୀର୍ଘ ବର୍ଷ ପରେ ଜୟପୁର ଠାରେ ଏକ ଉନ୍ନତ ଧରଣର ମୋଡିକାଲ ଖୋଲାଯାଇଛି । ଯାହାଫଳରେ ସମଗ୍ର କୋରାପୁଟ ଜିଲାର ଜନ ସାଧାରଣ ଏବଂ ଆଖ ପାଖ ଜିଲାର ଲୋକ ମାନେ ମଧ୍ୟ ୁ ଉତ୍ତମ ଚିକିତ୍ସା ପାଇବାର ଆଶା କରିଥିଲେ । ଏ ଦୁର ସ୍ଥାନରୁ ଆଉ ରେଫର ହୋଇ ଯିବାକୁ ପଡିବ ନାହିଁ । କିନ୍ତୁ ବତ୍ତମାନ ସ୍ଥିତିରେ ସମଗ୍ର ଜନସାଧାରଣ ହତାଶ ହୋଇ ପଡିଛନ୍ତି । ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ବରିଷ୍ଠ ବିଶେଷଜ୍ଞ ଡାକ୍ତର ନାହାଁନ୍ତି । କେତେକ କନିଷ୍ଠ ଡାକ୍ତରଙ୍କୁ ନେଇ ଚିକିତ୍ସାଳୟ ଚାଲିଛି । ଯାହା ଦ୍ୱାରା ଗୁରୁତ୍ୱ ପୁଣ୍ଣ ରୋଗି, ଦୁର୍ଘଟଣା ଗ୍ରସ୍ତ ରୋଗି ମାନେ ଚିକିତ୍ସା ପାଇବାରୁ ବଞ୍ଚିତ ହୋଉଛନ୍ତି । ଓ ଚିକିତ୍ସାଳୟ ତରଫରୁ କୋରାପୁଟ ସ୍ଥିତ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଛି । ସେ ଠାରୁ ମଧ୍ୟ ବ୍ରହ୍ମପୁର କିମ୍ବା କଟକ , ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।ଏଥି ମଧ୍ୟରେ ରୋଗି ମୃତ୍ୟୁ ବରଣ କରୁଛନ୍ତି । ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟ ଉପରେ ହଜାର ହଜାର ଗିରବ ଲୋକ ନିର୍ଭର କରୁଛନ୍ତି । କିଛି ଦିନ ତଳେ ଏକ ଦୁର୍ଘଟଣା ରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତରକୁ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟ ରୁ ଭତ୍ତି କରିଥିଲେ । ଏଠାରେ ଡାକ୍ତର କୋରାପୁଟ ମେଡିକାଲ କଲେଜକୁ ରେଫର କରିଥିଲେ । ଗୁରୁତର ବ୍ୟକ୍ତିଙ୍କ ପରିବାର କୋରାପୁଟ ମେଡିକାଲକୁ ଭରସା ନକରି ବିଶାଖାପାଟଣା ମେଡିକାଲକୁ ଚିକିତ୍ସା ନିମନ୍ତେ ଯିବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିଲା । ଏପିର ଏନେକ ଘଟଣା ଘଟୁଛି । ଏହା ର ମୁଖ୍ୟ କାରଣ ହେଉଛି ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ବରିଷ୍ଠ, ବିଶେଷଜ୍ଞ ଡାକ୍ତର ଅଭାବ ସହ ଯନ୍ତ୍ର ପାତି ନଥିବାରୁ ଜନ ସାଧାରଣ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ପ୍ରଶାସନ ଗୁରୁତର ସହ ନେଇ ଚିକିତ୍ସଳୟରେ ବିଶେଷଜ୍ଞ ଡାକ୍ତର ପୁରଣ କରିବା , ସିଟି ସ୍କେନ ଅନାନ୍ୟ ଯନ୍ତ୍ର ପାତି ବ୍ୟବହାର କରିବାକୁ ଦାବି କରାଯାଇଛି । ଏହି ଦାବି ପତ୍ରର ନକଲ ମୁଖ୍ୟମନ୍ତ୍ରୀ ଓ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ସୁପରିଟେଣ୍ଟଣ୍ଟକୁ ପ୍ରଦାନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande