
ଗଂଜାମ, 25 ମାର୍ଚ୍ଚ (ହି.ସ.) ସୁରଟରୁ ଦଣ୍ଡ ଯାତ୍ରା ସମୟରେ ହଜାର ହଜାର ଓଡିଆ ଶ୍ରମିକ କିଛି ଦିନ ହେଲା ପ୍ରତିଦିନ ଗଂଜାମ ଫେରୁଛନ୍ତି । ଦଣ୍ଡ ଯାତ୍ରା ସାଙ୍ଗକୁ ସୁରଟରେ ରନ୍ଧନ ଗ୍ୟାସ୍ ମିଳିବା ସମସ୍ୟା ସୃଷ୍ଟି ହୋଇଥିବାରୁ ପ୍ରତିଦିନ ବସ୍ ଓ ଟ୍ରେନରେ ହଜାର ହଜାର ଶ୍ରମିକ ଫେରୁଛନ୍ତି । ଏତେ ସଂଖ୍ୟକ ଶ୍ରମିକ ଗଂଜାମ ଜିଲାରେ ଠୁଳ ହେଉଥିବାରୁ ଏହି ସମୟରେ ଜିଲ୍ଲାରେ ବିଭିନ୍ନ ଅଂଚଳରେ ଅସାମାଜିକ କାର୍ଯ୍ୟ ହେବା ସହ ମାରପିଟ, ଚୋରୀ ଡକାୟତି ଓ ହାଣ କାଟ ହେବା ଅତୀତରେ ବହୁ ନଜିର ରହିଛି । ଏଣୁ ଗଂଜାମ ଜିଲା ଓ ବ୍ରହ୍ମପୁର ପୁଲିସ୍ ଜିଲା ଏସ ପି ଘଟଣା ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ