
ଭୁବନ, ୨୫ ମାର୍ଚ୍ଚ (ହି.ସ.) - ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ( ଓଡ଼ିଏମଏମ) ରାଜ୍ୟ ସମ୍ପାଦକ ଭାବେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ସାମ୍ବାଦିକ ତଥା ଢ଼େଙ୍କାନାଳ ଜିଲ୍ଲା ଭୁବନ ସାମ୍ବାଦିକ ସଂଘ ର ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ମନୋନୀତ ହୋଇଛନ୍ତି । ଗତ ମଙ୍ଗଳବର ବିଧାନସଭା ଗେଷ୍ଟ ହାଉସ ଠାରେ ଓଡ଼ିଏମଏମ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାର ପଦାଧିକାରୀ ମାନେ ଯୋଗଦେଇ ରାଜ୍ୟ କମିଟି ଗଠନ କରିଥିଲେ । ଢ଼େଙ୍କାନାଳ ଜିଲ୍ଲାରୁ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ଙ୍କୁ ଓଡ଼ିଏମଏମ ରାଜ୍ୟ ସମ୍ପାଦକ ଭାବେ ଚୟନ/ ମନୋନୀତ କରାଯାଇଥିଲା । ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ସମେତ ସମସ୍ତ ନବ ନିର୍ବାଚିତ ପଦାଧିକାରୀ ମାନଙ୍କୁ ଶ୍ରୀଯୁକ୍ତ ପୋଥାଳ ହାର୍ଦ୍ଦିକ ଅଭିନନ୍ଦନ , ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ଓଡ଼ିଏମଏମ ଢ଼େଙ୍କାନାଳ ଜିଲ୍ଲା ଶାଖା, କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ,ଭୁବନ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ ପୋଥାଳଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସାମ୍ବାଦିକ ମାନଙ୍କର ସ୍ୱାର୍ଥ, ସୁରକ୍ଷା ଓ ସ୍ୱାଭିମାନ ପାଇଁ ଓଡ଼ିଏମଏମ କାର୍ଯ୍ୟ କରିବ ବୋଲି ଶ୍ରୀଯୁକ୍ତ ପୋଥାଳ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ