ତିହିଡିରେ ଜିଲାସ୍ତରୀୟ ଖାଉଟି ସଚେତନତା ଶିବିର, ଉପଭୋକ୍ତା ନିଜର ଖାଉଟି ଅଧିକାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ
ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସଭାଗୃହରେ ବୁଧବାର ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା ଶିବିର ଜିଲ୍ଲା ପ୍ରଶାସନ ଓ ଇଚ୍ଛାପୁରର ସ୍ୱେଚ୍ଛାସେବୀ ସଂଗଠନ ''ପେଡ''ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ଓଜନ ଓ ମାପ ଉପନିୟନ୍ତ୍ରକ ପ୍ରିୟବ୍ରତ ଜେନାଙ୍କ
TIHIDI KHAUTI SACHETANATA


ଭଦ୍ରକ, ୨୫ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସଭାଗୃହରେ ବୁଧବାର ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା ଶିବିର ଜିଲ୍ଲା ପ୍ରଶାସନ ଓ ଇଚ୍ଛାପୁରର ସ୍ୱେଚ୍ଛାସେବୀ ସଂଗଠନ 'ପେଡ'ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ଓଜନ ଓ ମାପ ଉପନିୟନ୍ତ୍ରକ ପ୍ରିୟବ୍ରତ ଜେନାଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଯୋଗଦେଇ ବ୍ୟବସାୟୀମାନେ ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତା ମାନଙ୍କୁ ଠକୁଛନ୍ତି। ସେଥିରେ ପ୍ରଲୋଭିତ ନ ହୋଇ ଉପଭୋକ୍ତା ନିଜର କ୍ରୟ ଦ୍ରବ୍ୟର ଗୁଣବତାକୁ ଗୁରୁତ୍ୱଦେବା ଆବଶ୍ୟକ। କୌଣସି ଉପଭୋକ୍ତା ଠକାମୀର ଶିକାର ହେଲେ ଠକେଇଥିବା ବ୍ୟକ୍ତିଙ୍କୁ ୧୦ଲକ୍ଷ ଟଙ୍କା ଜୋରିମାନା ଓ ୨ବର୍ଷ ଜେଲ ଦଣ୍ଡ ହେବାର ଆଇନ ରହିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଡ଼ିଓ ନିରଞ୍ଜନ ବାରିକ ଯୋଗଦେଇ ଖାଉଟି ମାନେ ଜିନିଷ କିଣିବାବେଳେ ସମସ୍ତ ଦିଗପ୍ରତି ଯତ୍ନବାନ ହେବାଆବଶ୍ୟକ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭୁଦତ ଦାସ, ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଖାଉଟି ଅଦାଲତ ସଭାପତି ଶିବପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଖାଦ୍ୟ ସୁରକ୍ଷା ଉପରେ ନିଜର ଅଧିକାର ପ୍ରତି ଯତ୍ନବାନ ହେବାନେଇ ସୂଚନା ଦେଇଥିବାବେଳେ ଆଇନର ଦିଗ ଉପରେ ସଚେତନ କରାଇଥିଲେ । ଶିବିରରେ ସ୍ୱେଛାସେବୀ ସଂଗଠନ 'ପେଡ଼'ର ସମ୍ପାଦକ ଦିବାକର ମଲ୍ଲିକ ଯୋଗଦେଇ ଖାଉଟିମାନେ ନିଜର ସାମଗ୍ରୀ କିଣିବାବେଳେ ସଠିକ ଓଜନ ପ୍ରତି ଦୃଷ୍ଟିଦେବା ସହିତ ସାମଗ୍ରୀର ମାନକୁ ଯାଂଚକରି କ୍ରୟକରିବା ଉଚିତ । ଖାଉଟି ଅସୁବିଧାରେ ସମ୍ମୁଖୀନ ହୋଇ ସ୍ୱେଛାସେବୀ ସଂଗଠ ନିକଟରେ ପହଁଚିଲେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ପରେ ଓଜନ କଂଟା ମାଧ୍ୟମରେ ଖାଉଟିମାନଙ୍କୁ ଓଜନର ନମୁନା ପ୍ରଦର୍ଶନ କରାଯାଇଥିଲା । ଏହି ଉପଲକ୍ଷେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ 'ସଚେତନ ଖାଉଟି, ସୁରକ୍ଷିତ ଖାଉଟି' ବିଷୟକୁ ନେଇ ଅନୁଷ୍ଠିତ ହୋଇଥିବା ବକ୍ତୃତା ଓ ରଚନା ପ୍ରତିଯୋଗିତା ମଧ୍ୟରୁ ବକ୍ତୃତାରେ ଭଦ୍ରକ ସାଳନ୍ଦୀ ନର୍ସିଂ ସ୍କୁଲର ୧ମ ହୋଇଥିବା ଦୀପିକା ପାଢ଼ୀ, ଉତରବାହିନୀ କେ .ସି ହାଇସ୍କୁଲର ୨ୟ ଶୁଭମ କୁମାର ମହାରଣା, ସାଳନ୍ଦୀ ନର୍ସିଂ ସ୍କୁଲର ୩ୟ ପ୍ରତିଭା ଧଳ ଏବଂ ଗୀତାଞ୍ଜଳି ନର୍ସିଂ ସ୍କୁଲର ରଚନାରେ ୧ମ ପରମିନ କାଦ୍ରୀ, ସାଳନ୍ଦୀ ନର୍ସିଂ ସ୍କୁଲର ୨ୟ ରଶ୍ମିରେଖା ସାହୁ ଓ ଦହପାଣିଆ ସରକାରୀ ଏସଏସସି ହାଇସ୍କୁଲର ୩ୟ ହୋଇଥିବା ଗୁନାରାମ ହେମ୍ବ୍ରମଙ୍କୁ ପୁରସ୍କୃତ କରାଯାଇଥିଲା । ପେଡ଼ର ଉପାଧ୍ୟକ୍ଷ ଜଗତଜ୍ୟୋତି ପାଢ଼ୀ ଧନ୍ୟବାଦ ଦେଇଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଯୋଗାଣ ଅଧିକାରୀ ପ୍ରୀତିଶ ସାମଲ, ଚାନ୍ଦବାଲି ଯୋଗାଣ ଅଧିକାରୀ ଶ୍ରଦ୍ଧାଞ୍ଜଳି ମଲ୍ଲିକ, ବନ୍ତ ଯୋଗାଣ ଅଧିକାରୀ ଶୁଭଶ୍ରୀ ଶୁକ୍ଲା, ବାସୁଦେବପୁର ଯୋଗାଣ ଅଧିକାରୀ ମଧୁସ୍ମିତା ସେନାପତି, ଧାମନଗର ଯୋଗାଣ ଅଧିକାରୀ ରସାନନ୍ଦ ସାହୁଙ୍କ ସମେତ ଆଲୋକଜ୍ୟୋତି ମହିଳା ମହାସଂଘ ସଭାନେତ୍ରୀ ବାସନ୍ତୀଲତା ରାଉତ, ସମ୍ପାଦିକା କଲ୍ୟାଣୀ ଦାସ, ପ୍ରଧାନଶିକ୍ଷକ ଡ. କାଳୀପଦ ଦାସ, ସାମାଜିକ କର୍ମୀ ରମେଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ବହୁ ଉପଭୋକ୍ତା ଅଂଶ ଗ୍ରହଣ କରିଥିଲେ । ପେଡ଼ର କୋଷାଧ୍ୟକ୍ଷ ହରିହର ବାରିକ, ହରପ୍ରିୟା ଘଡ଼ାଇ ଓ ଅନ୍ୟକର୍ମକର୍ତା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande