କନ୍ଧପାଲିପଡ଼ା ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ, କଟା ହେଲା ପାଣି
ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ସହରର ବହୁ ପୁରୁଣା କନ୍ଧପାଲିପଡ଼ାର ପୋଖରୀ ପୁନଃଉଦ୍ଧାର ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ବଲାଙ୍ଗୀର ପୌର ପରିଷଦ। ଏହି ପୋଖରୀ ଉପରେ ନିର୍ଭର କରୁଥିବା ଅଂଚଳବସୀମାନେ ଦୀର୍ଘଦିନ ହେଲା ପୋଖରୀର ଅବ୍ୟବସ୍ଥା ତଥା ଡ୍ରେନେଜ ପାଣି ପୋଖରୀକୁ ପଶି ଦୂଷିତ ହେଉଥିବା
କନ୍ଧପାଲିପଡ଼ା ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ , କଟା ହେଲା ପାଣି


ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ସହରର ବହୁ ପୁରୁଣା କନ୍ଧପାଲିପଡ଼ାର ପୋଖରୀ ପୁନଃଉଦ୍ଧାର ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ବଲାଙ୍ଗୀର ପୌର ପରିଷଦ। ଏହି ପୋଖରୀ ଉପରେ ନିର୍ଭର କରୁଥିବା ଅଂଚଳବସୀମାନେ ଦୀର୍ଘଦିନ ହେଲା ପୋଖରୀର ଅବ୍ୟବସ୍ଥା ତଥା ଡ୍ରେନେଜ ପାଣି ପୋଖରୀକୁ ପଶି ଦୂଷିତ ହେଉଥିବା ଅଭିଯୋଗ କରୁଥିବାବେଳେ ପୋଖରୀର ପାଣି ଦୂଷିତ ହେବାର ମୁଖ୍ୟ କାରଣ ହେଉଛି ପୋଖରୀ ଭିତରେ ଉଠିଥିବା ପଦ୍ମ ଓ କଇଁ ନାଡ଼। ପୋଖରୀ ସାରା ପୁରା ପଦ୍ମ ଓ କଇଁ ପତ୍ର ଭର୍ତି। ଲୋକଙ୍କ ଗାଧୋଇବା ପାଇଁ ବହୁ ଅସୁବିଧା ହେଉଥିଲା, ଯାହାଫଳରେ ତୁରନ୍ତ ଏହି ପୋଖରୀର ପୁନଃଉଦ୍ଧାର କରିବା ପାଇଁ ଅଂଚଳବସୀ ଦାବୀ କରି ଆସୁଥିଲେ। ପୌର ପ୍ରଶାସନ ପକ୍ଷରୁ ଦାବୀକୁ ଗ୍ରହଣ କରାଯାଇ ବଡ଼ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, କାଉନସିଲର ସରିତା ଦାସ, ପଡ଼ାର ଗୌନ୍ତିଆଙ୍କ ସହ ଅଂଚଳବାସୀ ଉପସ୍ଥିତ ରହି ପୋଖରୀର ପୁନଃଉଦ୍ଧାର ପାଇଁ ପ୍ରଥମେ ଦେବାଦେବୀଙ୍କ ପୂଜା ଅର୍ଚ୍ଚନ କରିଥିଲେ ଓ ଏହା ପରେ ପାଣି କାଟିଥିଲେ। କନ୍ଧପାଲିପଡ଼ାର ଗୌନ୍ତିଆ ଓ ଅଂଚଳବାସୀ ପୌର ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande