ଆଜି ଦିନ ବାରଟା ପରେ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ
ପୁରୀ, 25 ମାର୍ଚ୍ଚ (ହି.ସ.) ଆଜି ବୁଧବାର ମଧ୍ୟାହ୍ନ ୧୨ଟା ପରେ ମହାପ୍ରଭୁଙ୍କ ଅପାର କୃପାରୁ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ଯବସ୍ଥାବଳୀ (ଏସ. ଓ. ପି.) ଆଧାରରେ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନିଷ୍ପତ୍
ଆଜି ଦିନ ବାରଟା ପରେ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ


ପୁରୀ, 25 ମାର୍ଚ୍ଚ (ହି.ସ.) ଆଜି ବୁଧବାର ମଧ୍ୟାହ୍ନ ୧୨ଟା ପରେ ମହାପ୍ରଭୁଙ୍କ ଅପାର କୃପାରୁ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ଯବସ୍ଥାବଳୀ (ଏସ. ଓ. ପି.) ଆଧାରରେ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନିଷ୍ପତ୍ତି ଅନୁସାରେ, ଏହି ପବିତ୍ର କାର୍ଯ୍ୟର ଶୁଭାରମ୍ଭ ହେଉଛି।ଏହି ଦିବ୍ୟ ପ୍ରକ୍ରିୟାର ନିର୍ବିଘ୍ନ ସମାପନ ପାଇଁ ସମସ୍ତ ସେବକ, ନିୟୋଜିତ ଅଧିକାରୀ ଓ ବ୍ଯକ୍ତି ବିଶେଷ ତଥା ଶ୍ରଦ୍ଧାଳୁ ଭକ୍ତମାନଙ୍କର ସହଯୋଗ ଓ ସଦିଚ୍ଛା କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ । ୪୭ ବର୍ଷ ପରେ ଇତିହାସର ପୁନରାବୃତ୍ତି; ମହାପ୍ରଭୁଙ୍କ ରତ୍ନଭଣ୍ଡାରର ହେବ ଗଣତି ମଣତି, ଅଳଙ୍କାରରେ ଲାଗିବ ମେଟାଲ୍ ଟ୍ୟାଗରତ୍ନଭଣ୍ଡାର ଗଣତି ମଣତି ପାଇଁ ଦୁଇଟି ଟିମ୍ ଗଠନ ହୋଇଛି। ବହୁମୂଲ୍ୟ ଅଳଙ୍କାରର ଯାଞ୍ଚ ପାଇଁ ଦୁଇଜଣ ଏକ୍ସପର୍ଟଙ୍କୁ ନିୟୋଜିତ କରାଯାଇଛି ।ଦିନ ୧୨ ଟା ୯ ମିନିଟ୍ ରୁ ୧ ଟା ୪୫ ପର୍ଯ୍ୟନ୍ତ ରହିଛି ଶୁଭ ବେଳାରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସ୍ଥିରୀକୃତ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande