
ଧର୍ମଶାଳା,୨୫ମାର୍ଚ୍ଚ(ହି.ସ.) - ହଠାତ୍ ଆକାଶରେ ମାଡି ଆସିଲା କଳା ବାଦଲ । ରଚିଲା କାଳବୈଶାଖୀର ତାଣ୍ଡବ । ନିମିଶକ ମଧ୍ୟରେ ଦେଖାଇଲା ଭୟଙ୍କର ରୂପ । ଚାହୁଁ ଚାହୁଁ ଭାଙ୍ଗି ଗଲା ଅସ୍ଥାୟୀ ଟେଣ୍ଡ ହାଉସ୍ । ପରେ ପରେ କୁଆ ପଥର ମାଡ ଓ ପ୍ରବଳ ପବନରେ ଆଜି ସାଧାରଣ ଲୋକଙ୍କ ମନରେ ଭୟ ସଂଚାର କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲାରେ । ଆଜି ସନ୍ଧ୍ୟାରେ ଆକାଶରେ କଳା ହାଣ୍ଡିଆ ମେଘ ଘୋଟି ଆସିଲା । ଫଳରେ ଯାଜପୁର ଜିଲା ମହୋତ୍ସବ ଯଯାତି ୨୦୨୬ ପାଇଁ ଲାଗି ଥିବା ଅସ୍ଥାୟୀ ମଂଚ ଓ ଟେଣ୍ଡ ହାଉସ ସମେତ ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ କେନ୍ଦ୍ର ଭାଙ୍ଗି ରୁଜି ଯାଇଥିବା ଦଖିବାକୁ ମିଳିଛି । ଏହି ଘଟଣାରେ ୨ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଥାଉକି,ମଙ୍ଗଳବାର ସନ୍ଧ୍ୟାରେ ଯଯାତି ୨୦୨୬ ମହୋତ୍ସବ ଉଦଯାପିତ ହୋଇଯାଇଛି । ହେଲେ ପ୍ରଶାସନ ପକ୍ଷରୁ ଏହାର ଅବଧି ଆଉ ୨ଦିନ ବୃଦ୍ଧି କରିଥିଲେ । ତେବେ ଆଜି ଜନସାଧାରଣ ମହୋତ୍ସବ ଆସିବା ପୂର୍ବରୁ କାଳବୈଶାଖୀ ହୋଇଥିଲା । ଯାହାକୁ ଏକ ବଡ ଦୃର୍ଘଟଣା ଟଳି ଯାଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ