ବିଦ୍ୟୁତ ଚୋରି ଜରିମାନା ବାବଦକୁ ଆଦାୟ ହୋଇଛି ୬୨୨ କୋଟି ଟଙ୍କା
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ବିଦ୍ୟୁତ୍ ବିତରଣ କମ୍ପାନୀ ମାନେ ବିଦ୍ୟୁତ୍ ଯୋଗାଣର ଅପବ୍ୟବହାର ଏବଂ ବିଦ୍ୟୁତ୍ ଚୋରି କରିଥିବା ଉପଭୋକ୍ତାଙ୍କ ଠାରୁ ପ୍ରାୟ ୬୨୨ କୋଟି ଟଙ୍କାର ଜୋରିମାନା ଆଦାୟ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନ
ବିଦ୍ୟୁତ ଚୋରି ଜରିମାନା ବାବଦକୁ ଆଦାୟ ହୋଇଛି ୬୨୨ କୋଟି ଟଙ୍କା


ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ବିଦ୍ୟୁତ୍ ବିତରଣ କମ୍ପାନୀ ମାନେ ବିଦ୍ୟୁତ୍ ଯୋଗାଣର ଅପବ୍ୟବହାର ଏବଂ ବିଦ୍ୟୁତ୍ ଚୋରି କରିଥିବା ଉପଭୋକ୍ତାଙ୍କ ଠାରୁ ପ୍ରାୟ ୬୨୨ କୋଟି ଟଙ୍କାର ଜୋରିମାନା ଆଦାୟ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଦାୟ ହୋଇଥିବା ଜୋରିମନାକୁ ଡିସକମ୍ ମାନେ ରଖନ୍ତି ନାହିଁ ବରଂ ଓଇଆରସି ଟାରିଫ୍ ନିୟମାବଳୀ ଅନୁଯାୟୀ ନନ୍ ଟାରିଫ୍ ରେଭେନ୍ୟୁ ଅଧୀନରେ ଏଆରଆର ମାଧ୍ୟମରେ ଗ୍ରାହକମାନଙ୍କୁ ପାସ ଅନ କରନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande