
ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ଗ୍ୟାସ ଅଭାବ
ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ସମସ୍ତ
ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କୁ ପିଏନଜି, ବିଦ୍ୟୁତ ଓଭେନ୍, ଇଣ୍ଡକ୍ସନ୍, ବାଷ୍ପ ରନ୍ଧନ ପ୍ରଣାଳୀ ଇତ୍ୟାଦି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି
। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁ ପ୍ରଭାବିତ ହୋଇଥିବା ଏଲ୍.ପି.ଜି ଗ୍ୟାସ କୁ ନେଇ
ରାଜ୍ୟ ସରକାରଙ୍କ ନେଇଛନ୍ତି ଏହି ପଦକ୍ଷେପ । ଏହା ବ୍ୟତୀତ ଏଲପିଜିଗ୍ୟାସର ଅବୈଧ ଗଚ୍ଛିତ ଏବଂ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲା
ଗୁଡିକରେ ଏନଫୋର୍ସମେଂଟ ସ୍କ୍ୱାର୍ଡଦ୍ବାରା ତୀକ୍ଷ୍ଣ ନଜର ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ
କରାଯାଉଅଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା