
ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ଶୂନ୍ୟକାଳରେ
ବିରୋଧୀଙ୍କୁ କଡା ଟାର୍ଗେଟ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ସେ କହିଛନ୍ତି ଯେ, ବିରୋଧୀଙ୍କ
ହାଙ୍ଗାମା ଯୋଗୁଁ ନଷ୍ଟ ହେଲାଣି 12 କୋଟି । ସାଧାରଣ ଲୋକଙ୍କ ରାଜକୋଷ ର ଅର୍ଥରେ ବିଧାନସଭା ଚାଲିଛି । ପ୍ରତିଦିନ ପ୍ରାୟ 68 ରୁ 70 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବିଧାନସଭା ବନ୍ଦ କରି 12 କୋଟି ଟଙ୍କା ରାଜସ୍ବ ନଷ୍ଟ
ହେଲାଣି ।
ବିଧାନସଭାରେ ଅଭାବନୀୟ
ପରିସ୍ଥିତି ଚାଲିଛି । କୌଣସି ସେସନରେ ବଜେଟ ଆଲୋଚନା ବେଳେ ବିରୋଧୀ ଦଳ ସଦଶ୍ୟ ଭାଗ ନିଅନ୍ତି ।
କିନ୍ତୁ ଲଗାତାର ଭାବେ ଏହାର ବ୍ୟତିକ୍ରମ ଦେଖା ଯାଉଛି । 24 ବର୍ଷ ଶାସନ ଦଳ ଯଦି ବିଧାନସଭାର ଵିଧି ବ୍ୟବସ୍ଥା ପାଳନ କରିବେ
ନାହିଁ ଏହାଠୁ ଦୁର୍ଭାଗ୍ୟ କିଛି ନାହିଁ ।
ଧାନ କିଣା ନାଁରେ ପ୍ରଥମେ
ବିରୋଧୀ ବିଧାନସଭା ବନ୍ଦ କରିଲେ । କୌଣସି ଚାଷୀ ଆପଣଙ୍କ ସହ ନଥିଲେ । ଏବେ ଏସସିବି ଦୁର୍ଘଟଣା
ପରେ ମୁଖ୍ୟମନ୍ତ୍ରୀ ପହଂଚି ଥିଲେ । କୌଣସି ଦୁର୍ଘଟଣା ସ୍ଥଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିବାକୁ
ପସନ୍ଦ କରୁନଥିଲେ । ବିଚାର ବିଭାଗୀୟ ତଦନ୍ତ
ପାଇଁ ନିର୍ଦେଶ ଦିଆଗଲା । ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଗଲା । ଯିଏ ଦୋଷୀ ତାଙ୍କ ଉପର ଆକ୍ସନ ବି ହେଲା ।
ଇତିଶ୍ରୀ , ବେବିନା, ମାଧବୀଲତା, ମାହାଙ୍ଗା
ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ସାକ୍ଷୀଙ୍କୁ ହତ୍ୟା କରା
ଯାଇଥିଲା । ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଇଥିଲେ କି? ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ ବିଧାନସଭାକୁ
ଚଳାଇ ଦେବା ପାଇଁ । ହେଲେ କୌଣସି ଉତ୍ତର ଆସି ନ ଥିଲା । ବିରୋଧୀଙ୍କ ଡର କଣ ପାଇଁ ବୋଲି ସେ
ପ୍ରଶ୍ନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା