
ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ରାଜ୍ୟସଭା କ୍ରସ
ଭୋଟିଂ ନେଇ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ କିଛି
ଭୁଲ କରି ନାହିଁ। ଦିଲ୍ଲିପ ରାୟ ହିଁ ଉପଯୁକ୍ତ
ଯିଏ ଓଡ଼ିଶା ର ବିକାଶ କରିପାରିବେ। ମୁଁ ଘୋଡା ନୂହେଁ।
ଯଦି ଘୋଡା ହେଇଥାନ୍ତି ତାହାଲେ ସେଠି ବନ୍ଧା ହୋଇଥାନ୍ତି। ଖୋଲା ଖୋଲି ବୁଲି ନଥାନ୍ତି।
ବିଜେଡ଼ି ପୂର୍ବରୁ କରିଥିଲା କଣ? ଅଶ୍ୱିନୀ ବୈଷ୍ଣବଙ୍କୁ କାହିଁକି ପଠାଇଥିଲା ବିଜେଡ଼ି ବୋଲି ସେ ପ୍ରଶ୍ନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା