
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ବିଧାନସଭାରେ ଗୃହ ବିଭାଗ ପକ୍ଷରୁ ୨୦୨୫ ବର୍ଷହ ଶ୍ୱେତ ପତ୍ର ପ୍ରକାଶ ପାଇଛି। ଶ୍ୱେତପତ୍ର ଅନୁଯାୟୀ ୨୦୨୫ରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଘଟଣା କମିଛି। ରାଜ୍ୟର ୯ଟି ଜିଲ୍ଲା ଯଥା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଂଚଳରେ ସାମାନ୍ୟ ମାଓବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । ରାଉରକେଲାରେ ୩ଟି ହିଂସାତ୍ମକ ଘଟଣା ଛାଡ଼ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ହିଂସାକାଣ୍ଡ ଘଟିନଥିଲା ।
ଅପରାଧ ସ୍ଥିତି
୨୦୨୫ ମସିହାରେ ରାଜ୍ୟରେ ସମୁଦାୟ ୨,୨୯,୮୮୧ଟି ଧର୍ତବ୍ୟ ଅପରାଧ ପଞ୍ଜିକରଣ ହୋଇଥିଲା। ଏଥିରେ ୧୩୦୪ଟି ହତ୍ୟା, ୩୫୩ଟି ଜଳାପତି ୧୮୦୨ଟି ଲୁଣ୍ଠନ, ୬୨୮୨ଟି ସିନ୍ଧିଚୋରୀ, ୨୧.୧୯୨ଟି ଚୋରୀ, ୬୦୫୪ ପ୍ରତାରଣା, ୧୦୯୫ଟି ଦଙ୍ଗା, ୨୯୯୪ଟି ଦୁଷ୍କର୍ମ, ୧୨.୭୮୨ଟି ମୋଟରଯାନ ଦୁର୍ଘଟଣା ଏବଂ ୧.୭୬,୦୨୪ଟି ତିନି ମାମଲା ଅନ୍ତର୍ଭୁକ୍ତ ଥିଲା । ଏହା ମଧ୍ୟରୁ ୧,୯୮୫୧୩ଟି ମାମଲା ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ପଞ୍ଜିକରଣ କରାଯାଇଛି.
ଧର୍ତବ୍ୟ ଅପରାଧ
ମୋଟ ୨,୨୯.୮୮୧ଟି ଧର୍ତବ୍ୟ ଅପରାଧ ମଧ୍ୟରୁ ୨.୨୨.୩୦୮ଟି ମାମଲା ସତ୍ୟ ଘଟଣା ଉପରେ ଆଧାରକ ଥିଲା ଓ ବର୍ଷ ଶେଷ ସୁଦ୍ଧା ୧,୫୫,୨୨୩ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।ଏହା ବ୍ୟତୀତ ୧୧,୩୯୮ଟି ମୋକଦ୍ଦମା ଚୂଡାନ୍ତ ରିପୋର୍ଟ, ୫୮୦୭ଟି ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ୫୭୭୦ଟି ଭ୍ରମାତ୍ମକ, ୧୭୬୬ଟି ମିଥ୍ୟା, ୨୫ଟି ଅଧର୍ଭବ୍ୟ ଓ ୧୪ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତ ହୋଇଛି। ଅବଶିଷ୍ଟ ୪୯,୮୭୮ଟି ମାମଲାର ତଦନ୍ତାଧୀନ ଥିବାବେଳେ, ସେଥିମଧ୍ୟରୁ ୩୧,୯୯୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହେବାର ସମ୍ଭାବନା ରହିଛି ।
ନରହତ୍ୟା
୨୦୨୫ ମସିହାରେ ପଞ୍ଜିକୃତ ୧୩୦୪ଟି ହତ୍ୟା ମାମଲା ମଧ୍ୟରୁ ୧୨୧୮ଟି ସତ୍ୟ ଘଟଣା ଥିଲା । ବର୍ଷ ଶେଷ ସୁଦ୍ଧା ୬୦୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିଲା । ତଦନ୍ତାଧୀନ ୬୧୨ଟି ମାମଲା ମଧ୍ୟରୁ ୪୮୨ଟି କିଛି ମାମଲାରେ ଦୋଷାରୋପ ହେବାର ସମ୍ଭାବନା ରହିଛି ।
ଡକାୟତି
୨୦୨୫ ମସିହାରେ ମୋଟ ୩୫୩ଟି ଡକାୟତି ମାମଲା ମଧ୍ୟରୁ ୩୪୩ଟି ସତ୍ୟ ଥିଲା । ବର୍ଷ ଶେଷ ସୁଦ୍ଧା ୯୧ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ୨୪୫ଟି ତଦନ୍ତାଧୀନ ମାମଲା ମଧ୍ୟରୁ ୧୩୩ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ ହେବାର ସମ୍ଭାବନା ରହିଛି । ପୋଲିସ ଦ୍ୱାରା ୫୧ ଜଣ ଆନ୍ତଃରାଜ୍ୟ ଡକାୟତ ସମେତ ୭୬୮ ଜଣ ଡକାୟତ ଗିରଫ ହୋଇଛନ୍ତି ଏବଂ ୦୮ଟି ବନ୍ଧୁକ ଜବତ କରାଯାଇଛି । ଟ.୪୧,୦୬,୧୧,୧୦୧/- ଙ୍କା ମୂଲ୍ୟର ଲୁଟ ସମ୍ପରି ମଧ୍ଯରୁ ଟ.୧୪,୩୬,୯୨,୧୩୨/ଙ୍କାର ସମ୍ପରି ଉଦ୍ଧାର କରାଯାଇଛି ।
ଲୁଣ୍ଠନ
୨୦୨୫ ମସିହାରେ ସମୁଦାୟ ୧୮୦୨ଟି ଲୁଣ୍ଠନ ମାମଲା ରଜୁ ହୋଇଥିବାବେଳେ, ସେଥୁମଧ୍ଯରୁ ୧୭୭୧ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ ଥିଲା। ଏହି ୧୭୭୧ଟି ସତ୍ୟ ମାମଲା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୭୩୮୧ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।
୭୬୨ଟି ତଦନ୍ତାଧୀନ ମାମଲା ମଧ୍ୟରୁ ୩୧୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହେବାର ସମ୍ଭାବନା ରହିଛି। ଏହି ଲୁଣ୍ଠନ ଘଟଣା ମଧ୍ୟରୁ ୧୭୩ଟି ବାସସ୍ଥାନରେ, ୨୭୧ଟି ରାସ୍ତାଘାଟରେ, ୧୧ଟିଟ୍ରେନରେ, ୧୬୫ଟି ବାଣିଜ୍ୟ ପ୍ରତିଷ୍ଠାନରେ ଏବଂ ୧୧୩୦ଟି ଅନ୍ୟାନ୍ୟ ସ୍ଥାନରେ ସଂଘଟିତ ହୋଇଥିଲା। ଅବଶିଷ୍ଟ ୨୧ଟି ଘଟଣାରେ ଅପରାଧ ସଂଘଟିତ ପୂର୍ବରୁ ଆସାମୀମାନେ ଧରାପଡ଼ିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା