ସାପ୍ତାହିକ ପ୍ରେରଣାର ୨୧ତମ ସ୍ଵନକ୍ଷତ୍ର ଦିବସ : ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ଵରକୁ ପ୍ରକାଶ କରୁଛି ପ୍ରେରଣା
ବଲାଙ୍ଗିର, ୨୮ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସାପ୍ତାହିକ ପ୍ରେରଣାର ୨୧ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଶିକ୍ଷାବିତ ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ କାଳିକେଶ ନାରାୟଣ ସିଂହ ଦେଓ
ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା


ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା


ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା


ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା


ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା


ବଲାଙ୍ଗିର, ୨୮ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସାପ୍ତାହିକ ପ୍ରେରଣାର ୨୧ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଶିକ୍ଷାବିତ ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ କାଳିକେଶ ନାରାୟଣ ସିଂହ ଦେଓ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ, କମିଶନର ଅଫ୍ ଇନକମ୍ ଟ୍ୟାକ୍ସ ଡ. ଶ୍ରୀକାନ୍ତ ଚାଟାର୍ଜୀ, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମଣ ମେହେର ଏବଂ ପ୍ରେରଣା ର ସମ୍ପାଦକ ରଘୁନନ୍ଦନ ସିଂହ ମଂଚାସୀନ ଥିଲେ। ମୁଖ୍ୟ ଅତିଥି ଡ. ସାହୁ ନିଜ ବକ୍ତବ୍ୟରେ ଦୀର୍ଘ ୨୧ ବର୍ଷ ଧରି ପ୍ରେରଣା ଖବରକାଗଜ ସମାଜରେ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କ ସ୍ୱରକୁ ପ୍ରକାଶ କରୁଛି। ସତ୍ୟ, ନିରପେକ୍ଷ ଓ ଦାୟିତ୍ୱଶୀଳ ସାମ୍ବାଦିକତା ଦ୍ୱାରା ଏହା ଜନମନରେ ବିଶେଷ ସ୍ଥାନ ଅଧିକାର କରିପାରିଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଡ. ଚାଟାର୍ଜୀ ନିଜ ବକ୍ତବ୍ୟରେ ସାମ୍ବାଦିକତାର ମୂଲ୍ୟବୋଧ ଓ ଦାୟିତ୍ୱ ଉପରେ ଆଲୋକପାତ କରି ସାମ୍ବାଦିକତା କେବଳ ସମାଚାର ପ୍ରସାର ନୁହେଁ ବରଂ ସମାଜର ପଥ ପ୍ରଦର୍ଶକ ଭାବେ କାମ କରିବା ଏକ ମହତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ସିଂଦେଓ ନିଜ ବକ୍ତବ୍ୟରେ ପ୍ରେରଣା ଖବର କାଗଜର ଉନ୍ନତି ଓ ଅନେକ ଖବରକୁ ଖୁବ କମ୍ ସମୟ ମଧ୍ୟରେ ପାଠକଙ୍କ ପାଖକୁ ପହଞ୍ଚାଇ ପାରୁଥିବାରୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଭବିଷ୍ୟତରେ ଏହା ଆହୁରି ଜନମୁଖୀ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରେରଣା ଖବରକାଗଜର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଉନ୍ମୋଚନ ଉତ୍ସବ ପରେ ସମ୍ପାଦକ ଶ୍ରୀ ସିଂ ନିଜ ସମ୍ପାଦକୀୟ ବିବରଣୀ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସଭା ପ୍ରାରମ୍ଭରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ମଳୟ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଡ. ଭବାନୀ ଶଙ୍କର ପଟେଲ ଅତିଥି ଭାବେ ମଂଚାସୀନ ଥିଲେ। ଚୁମକି ଦାଶ ଓ ପୁଷ୍ପାଞ୍ଜଳି ମେହେର ଏହି କବିତା ପାଠୋତ୍ସବକୁ ସଂଯୋଜନା କରିଥିବା ବେଳେ ଶତାଧିକ କବି ଓ କବୟିତ୍ରୀ ସ୍ଵ ରଚିତ କବିତା ପାଠ କରିଥିଲେ। ଏହି ଅବସରରେ କବୟିତ୍ରୀ ନଳିନୀ ପ୍ରଭା ଶତପଥୀଙ୍କ ଚତୁର୍ଥ ପୁସ୍ତକ 'ପ୍ରଣୟ କୁସୁମ' ଲୋକାର୍ପିତ ହୋଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ପୂର୍ବରୁ ଆୟୋଜିତ ହାଇସ୍କୁଲ ଓ କଲେଜସ୍ତରୀୟ ରଙ୍ଗୋଲି, ଚିତ୍ରାଙ୍କନ, ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକ୍ତୃତା ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ କିସ ରେସିଡେଣ୍ଟାଲ ସ୍କୁଲ ର ଅଧ୍ୟକ୍ଷ ଆକାଶ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟାରେ ସାମ୍ବାଦିକ, କବି, ଲେଖକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande