

ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.)- ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୟୁରଭଂଜ ସାଂସଦ ନବ ଚରଣ ମାଝୀ ରବିବାର ଦିନ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏସମ୍ପର୍କରେ ଏକ୍ସରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ବାଲେଶ୍ୱରର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମୟୂରଭଞ୍ଜର ସାଂସଦ ଶ୍ରୀ ନବଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ହେଲା। ଏହି ଅବସରରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ଜନହିତକର ପ୍ରସଙ୍ଗରେ ଆମ ମଧ୍ୟରେ ସକରାତ୍ମକ ଆଲୋଚନା ହେଲା। ବିକଶିତ ଓଡ଼ିଶା ଗଠନ ଦିଗରେ ଆମର ଏହି ସମନ୍ୱିତ ପ୍ରୟାସ ଜାରି ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା