ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ
ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.)- ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ମାଲକାନାଗିିରିର ଗାନ୍ଧୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ
xhfjfuy


ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.)- ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ମାଲକାନାଗିିରିର ଗାନ୍ଧୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି ବରପୁତ୍ର ମାନଙ୍କର ତ୍ୟାଗ ଓ ବଳିଦାନ ବିଷୟରେ ପିଲାମାନେ ଶିକ୍ଷା ଗ୍ରହଣ କରି ନିଜେ କିପରି ଭଲ ମଣିଷ ହୋଇପାରିବେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ । ସଂସ୍କୃତି ବିଭାଗର ପୁର୍ବତନ ଅଧିକାରୀ ଲକ୍ଷ୍ମୀଧର

ବେହେରା ଓ ରମେଶ ଚନ୍ଦ୍ର ପାତାଳସିଂହ ପ୍ରମୁଖ ବିପ୍ଳବୀ ଲକ୍ଷ୍ମଣ ନାୟକଙ୍କ ବଳିଦାନ ସମ୍ପର୍କରେ ବର୍ଣ୍ଣନା

କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ଯୁଗ୍ମ-ସମ୍ପାଦକ ଶିଧାର୍ଥ

ଶଙ୍କର ଗଡନାୟକ, କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟା ବାସନ୍ତୀ ତ୍ରିପାଠୀ, ଶଶି ଭୂଷଣ ଦାସ, ଧରଣୀଧର ରାଉତ, ରାମ ଚନ୍ଦ୍ର ସାମଲ, ବିଶ୍ୱଜିତ ମହାନ୍ତି, ପ୍ରଫେସର ରଙ୍ଗାଧର ସାହୁ ଓ ରତ୍ନାକର ଜେନା ଆଦି ଭାଗନେଇ ବରପୁତ୍ରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande