
z
ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.)-ହାଇକୋର୍ଟ ବାର ଆସୋସିଏସନ୍ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ସଦସ୍ୟଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସ ହ୍ୟାଣ୍ଡେଲରେ ନବୀନ ଲେଖିଛନ୍ତି ଓଡ଼ିଶା ଆଇନଜୀବୀ ପରିଷଦ ଦ୍ୱାରା ଅନୁଷ୍ଠିତ ରାଜ୍ୟର ସମସ୍ତ ବାର ଆସୋସିଏସନ୍ ସହିତ ହାଇକୋର୍ଟ ବାର ଆସୋସିଏସନ୍ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆପଣମାନଙ୍କ ନିଷ୍ଠା ନ୍ୟାୟିକ ପ୍ରକ୍ରିୟାକୁ ଆହୁରି ଲୋକାଭିମୁଖୀ କରିବା ସହ ସୁସ୍ଥ ଗଣତନ୍ତ୍ର ଗଢ଼ିବାରେ ସହାୟକ ହେବ ବୋଲି ମୋର ଆଶା ଓ ବିଶ୍ୱାସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା