ସୁଭଦ୍ରା ଶକ୍ତି ମେଳା-ଚତୁର୍ଥ ସଂନ୍ଧ୍ୟା
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସନ୍ଧ୍ୟା ସଙ୍ଗୀତ ଓ ହାସ୍ୟର ରଙ୍ଗରେ ରଙ୍ଗିନ ହୋଇଯାଇଥିଲା। ପ୍ରସିଦ୍ଧ ଗାୟକ ସତ୍ୟଜିତ ଜେନାଙ୍କ ସୁମଧୁର ସଙ୍ଗୀତ ପ୍ରଦର୍ଶନ ସହ କମେଡି ସର୍କସ ଟିମର ଦମଦାର ହାସ୍ୟ ଉପସ୍ଥାପନା ଦର୍ଶକମାନଙ୍କୁ ମତୁଆଲ କରିଥ
-ସୁଭଦ୍ରା ଶକ୍ତି ମେଳା-ଚତୁର୍ଥ ସଂନ୍ଧ୍ୟା


କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସନ୍ଧ୍ୟା ସଙ୍ଗୀତ ଓ ହାସ୍ୟର ରଙ୍ଗରେ ରଙ୍ଗିନ ହୋଇଯାଇଥିଲା। ପ୍ରସିଦ୍ଧ ଗାୟକ ସତ୍ୟଜିତ ଜେନାଙ୍କ ସୁମଧୁର ସଙ୍ଗୀତ ପ୍ରଦର୍ଶନ ସହ କମେଡି ସର୍କସ ଟିମର ଦମଦାର ହାସ୍ୟ ଉପସ୍ଥାପନା ଦର୍ଶକମାନଙ୍କୁ ମତୁଆଲ କରିଥିଲା।ଏହି ସନ୍ଧ୍ୟାର କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ମହିଳା କମିଶନ ସଦସ୍ୟା ଡ଼. କଳ୍ପନା ମଲ୍ଲୀକ ଯୋଗଦେଇଥିଲେ। ସେ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଜୋର ଦେଇ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରତାକୁ ପ୍ରଶଂସା କରିଥିଲେ।ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ସୁଷମା ମହାନ୍ତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଉପସ୍ଥିତ ଥିଲେ।ଏହା ସହିତ “ଲକ୍ଷପତି ଦିଦି” ପ୍ରୟାସ ଅଧୀନରେ ମାର୍ଶାଘାଇ ବ୍ଲକର ମହାବୀର ଉତ୍ପାଦକ ଗୋଷ୍ଠୀର ସୁଜାତା ଦାସ(ଆଚାର ପ୍ରସ୍ତୁତି) ଓ ମହାକାଳପଡ଼ା ବ୍ଲକର ମହିମା ଅଲେଖ ସ୍ୱୟଂ ସହାୟକ ଗୋଷ୍ଠୀର ଶ୍ରେୟା ପାଣି (ସିଲାଇ ୟୁନିଟ) ତାଙ୍କ ସଫଳତା କାହାଣୀ ଉପସ୍ଥାପନ କରିଥିଲେ, ଯାହା ଅନ୍ୟାନ୍ୟ ମହିଳାଙ୍କୁ ପ୍ରେରିତ କରିଥିଲା।ମେଳାରେ ଦର୍ଶକମାନଙ୍କର ବିପୁଳ ଭିଡ଼ ଦେଖାଯାଇଥିଲା ଏବଂ ସମଗ୍ର ପରିବେଶ ଉତ୍ସବମୁଖର ହୋଇଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande