ବାର୍ଷିକ ସମ୍ମିଳନୀ ଉଦଯାପିତ
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ସହରର ବଡ଼ହାଟ ସ୍ଥିତ ଅହମଦୀୟା ମୁସଲିମ୍ ସମ୍ପ୍ରଦାୟ ତରଫରୁ ଅହମଦୀୟା ମସଜିଦ ପରିସରରେ ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ହେବାକୁ ଯାଉଅଛି। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ମୌଲାନା ହାରୁନ ରଶିଦ ପୌରୋହିତ୍ୟ କରିଥିଲେ। ବାର୍
ବାର୍ଷିକ ସମ୍ମିଳନୀ ଉଦଯାପିତ


କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ସହରର ବଡ଼ହାଟ ସ୍ଥିତ ଅହମଦୀୟା ମୁସଲିମ୍ ସମ୍ପ୍ରଦାୟ ତରଫରୁ ଅହମଦୀୟା ମସଜିଦ ପରିସରରେ ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ହେବାକୁ ଯାଉଅଛି। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ମୌଲାନା ହାରୁନ ରଶିଦ ପୌରୋହିତ୍ୟ କରିଥିଲେ। ବାର୍ଷିକ ସମ୍ମିଳନୀ’ର ଏହି ମହାନ ପରମ୍ପରାର ଶୁଭାରମ୍ଭ ମିର୍ଜା ଗୁଲାମ ଅହମଦ୍ ସଂସ୍ଥାପକ ଅହମଦୀୟା ମୁସଲିମ୍ ସମ୍ପ୍ରଦାୟ ୧୮୯୧ ମସିହାରେ ସର୍ବ ପ୍ରଥମେ କାଦିଆନ ପଞ୍ଜାବ ଠାରେ କରିଥିଲେ। ଯାହା ଆଜି ସର୍ବରାଷ୍ଟ୍ର ଓ ବିଶ୍ୱରୂପ ଧାରଣ କରିଛି। ଅହମଦୀୟା ମୁସଲିମ୍ ସମ୍ପ୍ରଦାୟ ସର୍ବରାଷ୍ଟ୍ର ଓ ସର୍ବ କ୍ଷେତ୍ରରେ ଏପରି ‘ବାର୍ଷିକ ସମ୍ମିଳନୀ’ କରିଆସୁଛି। ଏହି ବାର୍ଷିକ ସମ୍ମିଳନୀରେ କୌଣସି ରାଜନୈତିକ ଆଳାପ ହୁଏନାହିଁ। ବରଂ ଜେହାଦ୍ ନାମରେ ଉଗ୍ରବାଦୀମାନଙ୍କର ବର୍ବରୋଚିତ କାଣ୍ଡ ବିରୁଦ୍ଧରେ ସ୍ୱର ଉତୋଳନ କରାଯାଏ। ମାନବିକତାର ଶତ୍ରୁ ସାଜି ଥିବା ଅମଣିଷ ଲୋକମାନଙ୍କୁ ମୂଳୋତ୍ପାଟନ କରିବା ପାଇଁ ଆକୁଳ ପ୍ରାର୍ଥନା ମାଧ୍ୟମରେ ସଂକଳ୍ପ ନିଆଯାଏ। ସମାଜରେ ନାରୀର ସମ୍ମାନ ଓ ତା’ ଦୁର୍ଦ୍ଦଶାର ନିବାରଣ ଓ ସୁରକ୍ଷା ପାଇଁ ଯଥୋଚିତ ପ୍ରୟାସ ପ୍ରତି ଆଲୋଚନା କରାଯାଇଥାଏ। ସମାଜ ସୁଧାର- ଯୁବ ସୁଧାର ବିନା ଅସମ୍ଭବ’ର ବାସ୍ତବିକତା ଦିଗରେ ଧ୍ୟାନ ଦିଆଯାଇଥାଏ। “ଦେଶପ୍ରେମ-ଧର୍ମବିଶ୍ୱାସର ଏକ ଅବିଚ୍ଛ୍ୟେଦ ଅଙ୍ଗ’ ବୋଲି ପ୍ରାଥମିକତା ଦିଆଯାଇଥାଏ। ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ବିଭିନ୍ନ ଧର୍ମାବଲମ୍ବୀମାନେ ଯୋଗ ଦେଇ ଧର୍ମ ଚର୍ଚ୍ଚାରେ ସକ୍ରୀୟ ଅଂଶଗ୍ରହଣ କରନ୍ତି। ଯଦ୍ୱାରା ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଭାଇଚାରା ପ୍ରତିଷ୍ଠା ନିମନ୍ତେ ଏହା ଏକ ପ୍ଲାଟଫର୍ମରେ ପରିଣତ ହୋଇଥାଏ ଏବଂ ବିଶ୍ୱଶାନ୍ତି ସ୍ଥାପନ ପାଇଁ ନିଷ୍ଠାପର ପ୍ରୟାସ ସହିତ ଧର୍ମ ଓ ମାନବିକତାର ମିଶ୍ରିତ ଭାବନାକୁ ସଂଯୋଗ କରାଇ ଏକ ନୂତନ ମୁକ୍ତିପଥ ପ୍ରଦର୍ଶିତ କରାଯାଇଥାଏ। ଏହି ସମ୍ମିଳନୀ ଦ୍ୱାରା ବିଶ୍ୱ ଶାନ୍ତି, ଭାଇଚାରା ଏବଂ ପରସ୍ପର ମଧ୍ୟରେ ସଦ୍ଭାବନା ସ୍ଥାପନ ହୋଇଥାଏ। ପବିତ୍ର କୋରାନ ପାଠ ମୌଲାନା ନସିର ଅହମଦ ଖାନ କରିଥିବାବେଳେ ଉର୍ଦ୍ଦୁ ନଜମ କବିତା ସୟଦ ସରଫରାଜ ଅହମଦ ପଢ଼ି ଶୁଣାଇଥିଲେ। ସଭାଧ୍ୟକ୍ଷ ଖିଲାଫତ ସହ ଦୃଢ଼ ସଂପର୍କ ସ୍ଥାପନା ପାଇଁ ଶପଥ ପାଠ କରାଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ମୌଲାନା ଅକବର ଖାନ କହିଲେ; ନମାଜ ପ୍ରଭୁଙ୍କ ନିକଟତର ହେବାର ମାଧ୍ୟମ। ନମାଜ ସଫଳତାର ଚାବିକାଠି। ନମାଜ ଆମକୁ ଆଜ୍ଞାବହତା ଶିଖାଇଥାଏ। ସାମୂହିକ ନମାଜ ପାଠ ଏକତାର ଓ ଅଖଣ୍ଡତାର ପରିଚୟ ଦେଇଥାଏ। ନମାଜ ଅଶ୍ଳିଳତା ଓ ମନ୍ଦ ଆଚାରଣରୁ ନିବୃତ ରଖିଥାଏ। ମନଧ୍ୟାନ ଦେଇ ନମାଜ ପାଠ କରିଥିଲେ ହିଁ ପ୍ରତ୍ୟେକ ପ୍ରକାରର ଅସତ୍ କର୍ମରୁ ଦୂରତା ମିଳିଥାଏ। ନମାଜ ପାଠ ଦ୍ୱାରା ପାପ ଧୋଇ ହୋଇଯାଇଥାଏ। ନମାଜ ପାଠର ଅଭ୍ୟାସ ଦ୍ୱାରା ସନ୍ତାନର ସତଶିକ୍ଷା ଓ ତରବିୟତ ହୋଇପାରିଥାଏ। ଦ୍ୱିତୀୟ ବକ୍ତା ଭାବେ ଯୋଗଦେଇ ମୌଲାନା ଅବଦୁର ରହିମ ଦର୍ଦ କହିଲେ, ପ୍ରଭୁ ମନୁଷ୍ୟକୁ ତାର ଉପାସନା କରିବା ପାଇଁ ସୃଷ୍ଟି କରିଛି। ଶାରିରୀକ ଭାବେ ଏବଂ ଆର୍ଥୀକ ଅନୁଦାନ ଭାବେ ମଧ୍ୟ ଉପାସନା କରାଯାଇଥାଏ। ସତ୍ୟନିଷ୍ଠ ଓ ଧର୍ମପରାୟଣ ବ୍ୟକ୍ତି ସିଏ ହୋଇଥାଏ, ଯିଏ ପ୍ରଭୁଙ୍କ ପ୍ରଦତ ଅନୁଦାନରୁ ହିଁ ପ୍ରଭୁଙ୍କ ମାର୍ଗରେ ଖର୍ଚ୍ଚ କରିଥାନ୍ତି। ଅହମଦୀୟା ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ କୁହନ୍ତି ତୁମେ କେବେ ହେଲେ ଦୁଇଟି ଯାକ ସହିତ ପ୍ରେମ କରିପାରିବ ନାହିଁ। ପ୍ରଥମରେ ଅର୍ଥ ସହ ପ୍ରେମ। ଦ୍ୱିତୀୟଟି ହେଲା ପ୍ରଭୁଙ୍କ ସହ ପ୍ରେମ। ତୁମେ ଅର୍ଥ ସହ କଦାପି ପ୍ରେମ କରନାହିଁ। କାରଣ ସେ ଆଜି ଅଛି, କାଲି ଛାଡି ଚାଲିଯିବ। ଯଦି କାହାରିକୁ ଆଧ୍ୟାତ୍ମିକ ଭାବେ ଜୀବିତ ରହିବାର ଅଛି ତା’ ହେଲେ ଯେପରି ମାଛ ଜୀବିତ ରହିବା ପାଇଁ ପାଣିର ଆବଶ୍ୟକ ରହିଥାଏ। ସେଇଭଳି ମଣିଷ ପାଇଁ ତ୍ୟାଗ ଓ ବଳିଦାନ ଜରୁରୀ ଅଟେ। ହଜରତ ମିର୍ଜା ଗୁଲାମ ଅହମଦ ପ୍ରତିଷ୍ଠାତା ଅହମଦୀୟା ମୁସଲିମ ଜମାତ ୧୯୦୫ ମସିହାରେ ପୁସ୍ତକ ରେସାଲା ଅଲ୍-ୱସିୟତ ଲେଖିଥିଲେ। ଯାହା ମାଧ୍ୟମରେ ଆପଣ ଅଲ୍-ୱସିୟତର ଏକ ସୁଦୃଢ଼ ବ୍ୟବସ୍ଥା ସ୍ଥାପିତ କରିଥିଲେ। ଯାହା ମଣିଷକୁ ସତ୍ୟନିଷ୍ଠ ଓ ଧର୍ମପରାୟଣ କରିବା ସହ ଆତ୍ମସଂଯମୀ, ତ୍ୟାଗୀ ଏବଂ ପ୍ରକୃତ ପ୍ରଭୁଭକ୍ତ ଭାବେ ଗଢ଼ିପାରିଥାଏ। ଏହି ବ୍ୟବସ୍ଥା ଦ୍ୱାରା ସମାଜରେ ସମନ୍ୱୟତା କାଏମ ରହିବା ସହ ଗରିବ, ଅସହାୟ, ବିଧବା ଏବଂ ଅନାଥଙ୍କର ସହାୟକ ହୋଇଥାଏ। ଦ୍ୱିତୀୟ ଉର୍ଦ୍ଦୁ ନଜମ କବିତା ମୌଲବି ନାସିରୁଦ୍ଦିନ ଖାନ ପଠି ଶୁଣାଇଥିଲେ। ତୃତୀୟ ବକ୍ତା ଭାବେ ଜିଲ୍ଲା ମୌଲାନା ଇନଚାର୍ଜ ମୌଲାନା ସେକ ଇସହାକ କହିଲେ; କୌଣସି ସଂଗଠନର ପ୍ରକୃତ ଶକ୍ତି ସଂଗଠନର ଏକତ୍ରିକରଣରେ ହୋଇଥାଏ। ଏକତାରେ ହିଁ ସଫଳତା ମିଳିଥାଏ। ଆଜ୍ଞାବହତାରେ ହିଁ ବିଜୟର ବାର୍ତା ରହିଥାଏ। ଭଲ ନେତୃତ୍ୱରେ ହିଁ ଉତମ ଅସ୍ତିତ୍ୱ ପରିଲିଖିତ ହୋଇଥାଏ। ସଂଗଠନର ଦୃଢ଼ିକରଣରେ ବିକାଶ ଓ ପ୍ରଗତିର ପଥ ପ୍ରସ୍ତର ହୋଇଥାଏ। ଅବଜ୍ଞାକାରୀମାନେ ସର୍ବଦା ସମାଜ ପାଇଁ ଏବଂ ସଂଗଠନ ପାଇଁ କ୍ଷତିକାରକ ଓ ଘାତକ ହୋଇଥାଏ। ସଭାପତି ଓ ସଂଗଠକଙ୍କ ଆଜ୍ଞାବହତାରେ ହିଁ ମହାନତା ରହିଥାଏ। ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ସହରର କାଉଁସିଲର ଉମେଶ ଚନ୍ଦ୍ର ନାୟକ ଯୋଗଦେଇ କହିଲେ; ସକଳ ଧର୍ମର ମୂଳମନ୍ତ୍ର ଏକ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମାନବ ଜାତି ଏକ। ଅହମଦୀୟା ମୁସଲିମ ସଂଗଠନ ସମସ୍ତ ମୁସଲିମ ସମାଜରେ ଏକ ସଭ୍ୟ ଓ ଶିକ୍ଷିତ ସଂଗଠନ। ସେମାନେ ଯେଉଁଠି ବି ରହୁନା କାହିଁକି ସହର, ନଗର, ରାଜ୍ୟ, ରାଷ୍ଟ୍ର ଓ ବିଶ୍ୱର ବିକାଶ ଓ ସମୃଦ୍ଧି ପାଇଁ ସର୍ବଦା ସତତ ଚେଷ୍ଟିତ ରହିଥାନ୍ତି। ବିଶ୍ୱଶାନ୍ତି ଓ ବିଶ୍ୱଭାଇଚାରା ପ୍ରତିଷ୍ଠା କରିବାରେ ଏମାନେ ଅଗ୍ରଣୀ ଓ ସକ୍ରିୟ ରହିଥାନ୍ତି। ସଭାପତିତ୍ୱ ଭାଷଣରେ ମୌଲାନା ହାରୁନ ରସିଦ କହିଲେ; ଏହି ବାର୍ଷିକ ସମ୍ମିଳନୀର ଇଦ୍ଦେଶ୍ୟ ହେଲା, ବିକାଶ, ଉନ୍ନତି ତଥା ପ୍ରଗତି କ୍ଷେତ୍ରରେ ବାର୍ଷିକ କାମର ଆଲୋଚନା କରିବା। ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କୁ ସତମାର୍ଗର ପରିଚାଳିତ କରି ମୁଖ୍ୟ ସ୍ରୋତରେ ଶାମିଲ କରିବା। ଜଣେ ଅନ୍ୟ ଜଣକର ସହଯୋଗୀ ହେବା ଉଚିତ। ମହାପୁରୁଷ ଓ ମୁରବୀମାନଙ୍କର ଆଦର୍ଶରେ ଆମକୁ ଅନୁପ୍ରାଣିତ ହେବା ଉଚିତ। ଆମ ଭବିଷ୍ୟତ ଆମ ହାତରେ ରହିଛି। ଭଲ କାମ କରି , ଆଦର୍ଶବାଦୀ ହୋଇ ଆମ ଆଗନ୍ତୁକଙ୍କ ପାଇଁ ଭଲ ସଂସ୍କାର ଛାଡିଯିବାକୁ ହେବ। ପରିଶେଷରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ତଥା ଧର୍ମସେବା କରୁଥିବା ସମସ୍ତ ଧର୍ମଗୁରୁ, ସଭାପତି, ଯୁବ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ, ବିଶ୍ୱଶାନ୍ତି ପାଇଁ ସାମୂହିକ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ସମ୍ମିଳନୀରେ ଜିଲ୍ଲା କଟକ, ଢ଼େଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ଜଗତସିଂପୁର ଏବଂ କେନ୍ଦାପଡାର ଶତାଦଧିକ ଅହମଦି ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅଲ୍ ଓଡିଶା ବି.ଜେ.ପି ସେକ୍ରେଟାରୀ ରଞ୍ଜିତ କୁମାର ସାହୁ, ସୟଦ ଏହେସାନ ସଭାପତି କେନ୍ଦ୍ରାପଡା ଜାମା ମସଜିଦ ଏବଂ ସେକ ନସିମ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande