ଅପ୍ରେଲ ୧୦ରେ ଶ୍ରୀମନ୍ଦିର ନିକଟରେ ନିଃଶୁଳ୍କ ସମୂହ ବ୍ରତୋପନୟନ
ପୁରୀ, ୨୮ ମାର୍ଚ୍ଚ (ହି.ସ.)- ମା ଉଗ୍ରତାରା ଯୁବକ ସଂଘ, ପଶ୍ଚିମଦ୍ବାର ପକ୍ଷରୁ ନିଃଶୁଳ୍କ ସମୂହ ବ୍ରତୋପନୟନ ଅପ୍ରେଲ୧୦ ତାରିଖରେ ଶ୍ରୀମନ୍ଦିର ନିକଟରେ ଅନୁଷ୍ଠିତ ହେବ । ଗରିବ ବ୍ରାହ୍ମଣ ବାଳକ ମାନେ ଏହି ବ୍ରତୋପନୟନ ଉପଲକ୍ଷେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଏ ସମ୍ପର୍କରେ ଶନିବାର ସଂଧ୍ଯା
ଏପ୍ରିଲ ୧୦ରେ ଶ୍ରୀମନ୍ଦିର ନିକଟରେ ନିଃଶୁଳ୍କ ସମୂହ ବ୍ରତୋପନୟନ


ପୁରୀ, ୨୮ ମାର୍ଚ୍ଚ (ହି.ସ.)- ମା ଉଗ୍ରତାରା ଯୁବକ ସଂଘ, ପଶ୍ଚିମଦ୍ବାର ପକ୍ଷରୁ ନିଃଶୁଳ୍କ ସମୂହ ବ୍ରତୋପନୟନ ଅପ୍ରେଲ୧୦ ତାରିଖରେ ଶ୍ରୀମନ୍ଦିର ନିକଟରେ ଅନୁଷ୍ଠିତ ହେବ । ଗରିବ ବ୍ରାହ୍ମଣ ବାଳକ ମାନେ ଏହି ବ୍ରତୋପନୟନ ଉପଲକ୍ଷେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଏ ସମ୍ପର୍କରେ ଶନିବାର ସଂଧ୍ଯାରେ ହଲିଡେ ରିସୋର୍ଟ ହୋଟେଲ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୌମେନ୍ଦ୍ର ମୁଦଲିଙ୍କ ସଭାପତିତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ କହିଲେ ଗରିବ ବ୍ରାହ୍ମଣ ପିଲାମାନଙ୍କୁ ବିନା ଖର୍ଚ୍ଚରେ ବ୍ରତ କରାଯିବ । ବ୍ରାହ୍ମଣ ବାଳକ ତାଙ୍କର ପିତାମାତା ଓ ମାମୁଁ ମାଇଁଙ୍କ ପାଇଁ ରହିବା ଖାଇବା ଓ ବ୍ରତ ସାରଞ୍ଜାମ ଯୋଗାଇ ଦିଆଯିବ । ଶ୍ରୀମନ୍ଦିର ଚାରିପଟ ବର୍ଣ୍ଣାଢ୍ଯ ରୋଷଣୀ ଶୋଭାଯାତ୍ରାରେ ବ୍ରତଧାରୀ ବାଳକ ମାନେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ବ୍ରତଧାରୀ ମାନେ ଖୁସିରେ ଘରକୁ ଫେରିବେ ସେଥିପାଇଁ ଅନୁଷ୍ଠାନ ଅଧିକ ଯତ୍ନବାନ ହେବ । ବ୍ରାହ୍ମଣ ଓ ବାରିକ ଉପସ୍ଥିତ ରହିବେ । ଚଳିତବର୍ଷ ୧୦୦ ଜଣ ବ୍ରାହ୍ମଣ ବାଳକଙ୍କୁ ବ୍ରତ କରିବା ପାଇଁ ବ୍ଯବସ୍ଥା କରାଯାଉଛି । ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଏହି ମହତ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁଷ୍ଠାନ ଅନୁରୋଧ କରୁଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ମହାନ୍ତି, ନାରାୟଣ ପ୍ରତିହାରୀ, ରାଜକିଶୋର ମହାନ୍ତି, ଅଭିଜିତ ପଣ୍ଡା ,ବୃନ୍ଦାବନ ମହାନ୍ତି ଓ ରଜନୀକାନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ଓ ସଭ୍ଯମାନେ ଉପସ୍ଥିତ ଥିଲେ । ବ୍ରତ ରେଜିଷ୍ଟ୍ରେସନ ପାଇଁ ଅପ୍ରେଲ ୫ ତାରିଖ ସୁଦ୍ଧା ୯୯୩୭୩୧୪୦୫୦,୯୯୩୭୬୦୮୨୯୨,୯୦୪୦୧୪୬୯୩୬,୯୮୬୧୨୬୮୮୦୦,୯୩୩୮୦୫୮୯୧୩ ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ଅନୁରୋଧ କରିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande