ଭୋକ-ଶୋଷ ମେଣ୍ଟାଉଛି ତରଭୁଜ
ଜୟପୁର, ୨୯ ମାର୍ଚ୍ଚ (ହି.ସ.)- ଦିନେ ଶିତଳ ଥିବା କୋରାପୁଟ ଜିଲାରେ ଏବେ ବଢ଼ିଲାଣି ଖରାର ପ୍ରକୋପ । ବାହାରକୁ ବାହାରିଲେ ବଢୁଛି ଶୋଷ । ମୃଦୁ ପାନୀୟ ଶରୀର ପାଈଁ କ୍ଷତିକାରକ ହୋଇଥିବାରୁ ସଚେତନ ବ୍ୟକ୍ତି ଧୀରେ ଧୀରେ ଏଥିରୁ ମୁହଁ ଫେରାଇଲେଣି । ପଥଚାରୀ ନିଜର ଶୋଷ ଓ ଭୋକ ମେଣ୍ଟାଇବା ପାଈଁ ତରଭୁ
ଭୋକ-ଶୋଷ ମେଣ୍ଟାଉଛି  ତରଭୁଜ


ଜୟପୁର,

୨୯ ମାର୍ଚ୍ଚ (ହି.ସ.)-

ଦିନେ ଶିତଳ ଥିବା କୋରାପୁଟ ଜିଲାରେ ଏବେ ବଢ଼ିଲାଣି ଖରାର ପ୍ରକୋପ । ବାହାରକୁ ବାହାରିଲେ ବଢୁଛି ଶୋଷ । ମୃଦୁ ପାନୀୟ ଶରୀର ପାଈଁ କ୍ଷତିକାରକ ହୋଇଥିବାରୁ ସଚେତନ ବ୍ୟକ୍ତି ଧୀରେ ଧୀରେ ଏଥିରୁ ମୁହଁ ଫେରାଇଲେଣି ।

ପଥଚାରୀ ନିଜର ଶୋଷ ଓ ଭୋକ ମେଣ୍ଟାଇବା ପାଈଁ ତରଭୁଜ ଖାଇବାକୁ ବେଶି ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।ଏଭଳି ପରିସ୍ଥିତିରେ ପାଟିକୁ ସୁଆଦିଆ

ଆଉ ପେଟକୁ ଥଣ୍ଡା କରୁଥିବା ଖରାଦିନିଆ ପାନୀୟ ଓ ଫଳର ଚାହିଦା ଏବେ ବଢି ଯାଇଛି । ପୁଦିନା ଲେମ୍ବୁ, ଆଖୁରସ, ମିଶ୍ରିପାଣି, ସର୍ବତ, ବେଲପଣା, ତରଭୁଜ, ପଇଡ ଇତ୍ୟାଦିକୁ ଭଳିକିଭଳି ଢଙ୍ଗରେ ଏବେ ଦୋକାନୀମାନେ କୋରାପୁଟ ଜିଲା ଜୟପୁର, ବୋରିଗୁମ୍ମା, ସେମିଳିଗୁଡା, କୋଟପାଡ, କୋରାପୁଟ, ଲକ୍ଷ୍ମୀପୁର ଅଞ୍ଚଳରେ ପ୍ରମୁଖ ସ୍ଥାନରେ ବିକ୍ରିହେଉଥିବା ଦେଖିବାକୁ ଢେଙ୍କାନାଳ, ମେଳୁଛି । ତରଭୁଜର ବିଭିନ୍ନ ପ୍ରକାର ଯେପରିକି ଆରୋହୀ, ସରସ୍ୱତୀ, ହଳଦିଆ ଆଦି ତରଭୁଜ ବଜାରରେ କରୁଛନ୍ତି । ପ୍ରତିଖଣ୍ଡର ଦାମ୍ ୧୦ଟଙ୍କା ରହିଛି । ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ବେପାର ହେଉଛି ବୋଲି ଜୟପୁର ସହରର ବେପାରି ମାନେ କହିଛନ୍ତି । ଏପରିକି ପ୍ରତି ଛକରେ ଥିବା ଫଳ ଦୋକାନୀମାନେ ମଧ୍ୟ ତରଭୁଜ ରଖୁଛନ୍ତି । ଏବେ ତରଭୁଜର ଚାହିଦା ଭାରି ବଢ଼ି ଯାଇଛି । ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ବିକ୍ରି କରୁଛନ୍ତି । ବର୍ତ୍ତମାନ ଏହାର ମୂଲ୍ୟ କିଲୋକୁ ୩୦ ଟଙ୍କା ପାଖାପାଖି ରହିଛି । କିଛି ଦୋକାନୀ ଏହାକୁ କାଟି ଖଣ୍ଡ ଖଣ୍ଡ କରିଛନ୍ତି । ଗରମ ଓ ଶୋଷରୁ ମୁକ୍ତି ପାଇବା ପାଇଁ ଲୋକ ମାନେ ତରଭୁଜ ଉପରେ ନିର୍ଭର କରୁଛନ୍ତି । ଲୋକଙ୍କ ଚାହିଦା ଦେଖି ସହର ସାରା ତରଭୁଜ ପସରା ପଡିଛି । ଲୋକମାନେ ତରଭୁଜକୁ କ୍ରୟ କରି ଫ୍ରିଜରେ ରଖି ଶୋଷ ମେଣ୍ଟାଉଥିବା ଲକ୍ଷ୍ୟ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande