
ସମ୍ବଲପୁର,୨୮, ମାର୍ଚ୍ଚ (ହି.ସ.) ଅସହାୟଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ପାଇଁ ଡା.ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ, ଏହାର କାର୍ଯ୍ୟ ପୂର୍ବପରି ଜାରି ରଖିବ। ଟ୍ରଷ୍ଟ ସଂସ୍ଥାପିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବର୍ତ୍ତମାନରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟ ସଭାପତି ପ୍ର. ଶଙ୍କର ପ୍ରସାଦ ପତିଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ସୁଧୀର ପୂଜାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକ ରେ ସଂସ୍ଥାପିକା ଡା.ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ନିରବତା ଅବଲମ୍ବନ ପରେ ସଭାପତି ଓ ସମ୍ପାଦକ, ପୂର୍ବତନ ସମ୍ପାଦକ ତଥା ଡା.ପାଣିଗ୍ରାହୀଙ୍କ ସାନଭାଇ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ,ସଭ୍ୟବୃନ୍ଦ ଡ.ନିରୂପମା ବଡ଼ପଣ୍ଡା,ଡା.ପ୍ରମୋଦ ପୁରୋହିତ, ଦେବାଶିଷ ନନ୍ଦ, ବିପିନ ପଣ୍ଡା, ସୁବ୍ରତ ପଣ୍ଡା,ଅମିତ ସ୍ବାଇଁ ଓ ଶିବ ଶଙ୍କର ନନ୍ଦ ଡା.ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଥିଲେ। ଡା.ପାଣିଗ୍ରାହୀଙ୍କ ସମ୍ବେଦନଶୀଳତାକୁ ମନ୍ତ୍ର ଭାବରେ ଗ୍ରହଣ କରି ଟ୍ରଷ୍ଟ କାର୍ଯ୍ୟ ଆଗେଇ ନେବାକୁ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇବା ସହ ଜନଜୀବନରେ ଡା.ପାଣିଗ୍ରାହୀଙ୍କ ସ୍ମୃତି ଉଜ୍ଜୀବିତ ରଖିବା ଓ ଏକ ସ୍ମରଣୀକା ପ୍ରକାଶ ପାଇଁ ନିଷ୍ପତ୍ତି ନିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ