ଦେବୀ ମିଶ୍ର ଅଯଥାରେ ଲୋକଙ୍କୁ ପ୍ୟାନିକ ନ କରାନ୍ତୁ - ଅନିଲ ବିଶ୍ୱାଳ
ଭୁବନେଶ୍ୱର, ୨୮ ମାର୍ଚ୍ଚ (ହି.ସ.)- ରାଜ୍ୟରେ ଗ୍ୟାସ ସଙ୍କଟ ନେଇ ବିଜେଡି ନେତା ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ଉପରେ ଜବାବ୍ ଦେଇ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଦେବୀ ମିଶ୍ର ବରିଷ୍ଠ ଅନୁଭବୀ। ମୁଁ ତାଙ୍କୁ ଅନୁରୋଧ କରୁଛି ଅଯଥାରେ ଲୋକଙ୍କୁ ପ୍ୟାନିକ ନ କରାନ୍ତୁ। ଲୋକଙ୍କ ମନରେ ଛନକା ଦ
Anil biswal


ଭୁବନେଶ୍ୱର, ୨୮ ମାର୍ଚ୍ଚ (ହି.ସ.)- ରାଜ୍ୟରେ ଗ୍ୟାସ ସଙ୍କଟ ନେଇ ବିଜେଡି ନେତା ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ଉପରେ ଜବାବ୍ ଦେଇ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଦେବୀ ମିଶ୍ର ବରିଷ୍ଠ ଅନୁଭବୀ। ମୁଁ ତାଙ୍କୁ ଅନୁରୋଧ କରୁଛି ଅଯଥାରେ ଲୋକଙ୍କୁ ପ୍ୟାନିକ ନ କରାନ୍ତୁ। ଲୋକଙ୍କ ମନରେ ଛନକା ଦେଇ ଭୟଭୀତ କରିବାରୁ କ୍ଷାନ୍ତ ରୁହନ୍ତୁ। ଏହା ଭଳି କାର୍ଯ୍ୟ ଦେବୀ ମିଶ୍ରଙ୍କୁ ଶୋଭା ପାଉନି। ଗତକାଲି ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଗ୍ୟାସ ମହଜୁଦ୍୍ ଅଛି। ଦେବୀ ମିଶ୍ରଙ୍କ କଥାରେ ଆସି ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାର ଆଶଙ୍କା ଅଛି। ଦେଶରେ ଯୁଦ୍ଧ ସ୍ଥିତି ଜାରି ରହିଛି ସବୁ ଜାଣିଛନ୍ତି। ୫୦ ଦିନ ପାଇଁ ଗ୍ୟାସ ଅଛି । ୫୦ ଦିନ ପରେ ମଧ୍ୟ କଣ କରାଯିବ ସେ ନେଇ ସରକାର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି। ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande