

Bhubaneswar, 28 ମାର୍ଚ୍ଚ (ହି.ସ.)
ଜୟପୁର,
ଜିଲ୍ଲା କୋର୍ଟ ପରିସରରେ ଜୟପୁର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳ ସାଢେ ୭ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏଥିରେ ସମୁଦାୟ ୫୨୪ଜଣ ଆଇନଜୀବୀଙ୍କ ମଧ୍ୟରୁ ୪୮୩ଜଣ ଭୋଟ ଦେଇଥିଲେ। ନିର୍ବାଚନରେ ବିଜି ରାୟ ଜେନାଦେଓ ୨୫୯ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିରେଶ ପଟ୍ଟନାୟକ ୨୨୨ ଖଣ୍ତ ଭୋଟ ପାଇଥିଲେ । ସେହିପରି ସହଦେଵ ପଟ୍ଟନାୟକ ୨୬୪ ଖଣ୍ଡ ଭୋଟ ପାଇ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦୀ ହରିଶ ମୁଦୁଲି ୨୧୬ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ଉପସଭାପତି ଭାବେ ଶରତ କୁମାର ମାଝୀ ୨୭୮ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦି ସୁଜାତା ଆଚାରି ୧୨୩ଟି ଭୋଟ ଏଵଂ ଲକ୍ଷ୍ମୀ ନାରାୟଣ ରଥ ୮୮ ଭୋଟ ପାଇଥିଲେ l
ଜିଲ୍ଲା ନିର୍ବାଚନ ପରିଚାଳନାର ମୁଖ୍ୟ ନିର୍ବାଚନ ଅଧିକାରୀ ଶସାନନ୍ଦ ମିଶ୍ରଙ୍କ ତତ୍ତ୍ବାବଧାନରେ ମତଦାନ ଓ ଗଣତି ହେବା ପରେ ଶେଷରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନ ପାଇଁ ବାର କାଉନସିଲର ଅଧ୍ୟକ୍ଷଙ୍କ ଦ୍ବାରା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଆଇନଜୀବୀ ତଥା ରାଜ୍ୟ ବାର କାଉନସିଲର ସଦସ୍ୟ ପି. ରମେଶ ପାତ୍ର ଉପସ୍ଥିତ ଥିଲେ। ସେହିପରି ନିର୍ବାଚନ ପରିଚାଳନା ଓ ଭୋଟ ଗଣତିରେ ଆଇନଜୀବୀ ଶିଶିର ମିଶ୍ର, ରାଜେନ୍ଦ୍ର ସାନ୍ତ୍ରା, ରବୀନ୍ଦ୍ର ପଣ୍ଡା, ଦିନେଶ ନନ୍ଦ, ସୁଧାଂଶୁ ମିଶ୍ର, ପଦ୍ମିନୀ ଦାସ, ଲାଲୁ ଷଡଙ୍ଗୀ, ଜ୍ୟୋତି ରଞ୍ଜନ ପୂଜାରୀ, ଗୋପବନ୍ଧୁ ସାନ୍ତ୍ରା, ଶୁଭେନ୍ଦୁ ମିଶ୍ର, ଦିବାକର ରାଓ, କିଶୋର ମିଶ୍ର ପ୍ରମୁଖ ନିର୍ବାଚନ ସହକାରୀ ଅଧିକାରୀ ଭାବେ କାର୍ଯ୍ୟ ସଂପାଦନା କରିଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ପିକେପି