ଶ୍ରୀରାମ ନବମୀ ଶୋଭାଯାତ୍ରା ରେ ଟିଟିଲାଗଡ଼ ବିଧାୟକ ଙ୍କ ଫାଙ୍କା ଗୁଳି ଚାଳନା ଭିଡିଓ ଭାଇରାଲ
ବଲାଙ୍ଗିର, 28 ମାର୍ଚ୍ଚ (ହି.ସ.) ଶ୍ରୀରାମ ନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକ କାଢ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଧାକୃଷ୍ଣ ମନ୍ଦିରରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ରାମଭକ୍ତଙ୍କ ଏ
ଶ୍ରୀରାମ ନବମୀ ଶୋଭାଯାତ୍ରା ରେ ଟିଟିଲାଗଡ଼ ବିଧାୟକ ଙ୍କ ଫାଙ୍କା ଗୁଳି ଚାଳନା ଭିଡିଓ ଭାଇରାଲ


ବଲାଙ୍ଗିର, 28 ମାର୍ଚ୍ଚ (ହି.ସ.)

ଶ୍ରୀରାମ ନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକ କାଢ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଧାକୃଷ୍ଣ ମନ୍ଦିରରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ରାମଭକ୍ତଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମଧ୍ୟ ସାମିଲ ହୋଇଥିଲେ । ତେବେ ଶାସ୍ତ୍ରୀଛକ ଓ ବ୍ୟାଙ୍କଛକ ଠାରେ ଦୁଇଥର ଫାଙ୍କା ଗୁଳି ଚାଳନା କରିଥିଲେ ବୋଲି ଲୋକେ କହୁଛନ୍ତି ତଥା ଗୁଳି ଚାଳନା ପରେ ନିଜ ଅଣ୍ଟାରେ ବନ୍ଧୁକ ରଖିଥିବା ଜଣାପଡିଛି । ତେବେ ବନ୍ଧୁକ ଅସଲି କି ନକଲି ଜଣା ପଡି ନଥିବାବେଳେ ଜନ ଗହଳି ସ୍ଥାନରେ ତଥା ଶୋଭାଯାତ୍ରାରେ ଫାଙ୍କା ଗୁଳି ଚାଳନା ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ପୁର୍ବରୁ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହିଭଳି ଦିନରେ ଖଣ୍ଡା ବୁଲାଇ ଚର୍ଚ୍ଚିତ ହୋଇଥିଲେ । ଏଥର ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକରୁ ଉପରକୁ ଫାଙ୍କା ଗୁଳି ଚାଳନା କରି ଏବେ ଚର୍ଚ୍ଚାରେ । ତେବେ ବନ୍ଧୁକ ଅସଲି କି ନକଲି ପୋଲିସ ତଦନ୍ତ କଲେ ଜଣାପଡ଼ିବ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande