
ଚମ୍ପୁଆ, ୨୮ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନ୍.ଏସି. ଅନ୍ତର୍ଗତ ୧ ନମ୍ବର ୱାର୍ଡ ଗୋଧୂଳି ଗ୍ରାମର ଭାଲିଆଢ଼ିପା ଠାରେ ପୁରୁଷୋତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ମହୋତ୍ସବକୁ ରୀତି ନୀତି ଅନୁଯାୟୀ ମହା ଆଡମ୍ବର ସହକାରେ ପାଳନ କରାଯାଇଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଯୋଗଦେଇଥିବା ବେଳ, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଓକିଲ ସଂଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଏବଂ ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ପରିଡା ଭାଲିଆଢିପା ଶ୍ରୀରାମ ନବମୀ ପୂଜା କମିଟି ର କିପରି ସୁଦୃଢ଼ୀ କରଣ ହୋଇ ପାରିବ ଏବଂ ପ୍ରଭୂ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମ ମହୋତ୍ସବକୁ କିପରି ପ୍ରତି ବର୍ଷ ସରୁଖୁରୁରେ ଧୂମଧାମରେ ପାଳନ କରାଯାଇ ପାରିବ ସେ ସମ୍ପର୍କରେ, ଆଲୋକପାତ କରିଥିବା ବେଳେ ସମସ୍ତ ଅତିଥି ବୃନ୍ଦ ଶ୍ରୀରାମ ନବମୀ ଓ ହିନ୍ଦୁ ସଂସ୍କୃତିର ମହାତ୍ମ୍ୟକୁ ନେଇ ନିଜ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ନାକଫୋଡି ନାଏକ, ସଙ୍ଖାଳି ନାଏକ, ପ୍ରକାଶ ନାଏକ, ସଞ୍ଜୟ କୁମାର ନାଏକ, ସତ୍ୟବାନ ନାଏକ, କ୍ଷୀରୋଦ ନାଏକ, ବାସୁଦେବ ନାଏକ, ଧ୍ୟାନ ନାଏକ, ରଇନୁ ନାଏକ, ନିରଞ୍ଜନ ନାଏକ, ସନୁନାଏକ, ଅଖିଳ ନାଏକ, ବୁଦ୍ଧଦେବ ନାଏକ, ଚଇତୁ ନାଏକ ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ପବିତ୍ର ଶ୍ରୀରାମ ନବମୀ ମହୋତ୍ସବରେ ଆଖପାଖ ଅଂଚଳରୁ ଆସିଥିବା ଶତାଧିକ ଭକ୍ତଙ୍କ ଜନ ସମାଗମ ଏବଂ ଜୟ ଶ୍ରୀରାମ ନାରାରେ ସାରା ଅଂଚଳ ପ୍ରକମ୍ପିତ ହେବା ସହିତ ଏକ ଆଧ୍ୟାତ୍ମିକତାର ବାତାବରଣରେ ପରିପୂର୍ଣ୍ଣ ହୋଇ ରହିଥିଲା ।
ହିନ୍ଦୁସ୍ଥାନ ସମାଚାର / Trinath Mahanta