ଶୋଭାଯାତ୍ରାକୁ ନେଇ ବିଧାୟକ ଶସ୍ତା ରାଜନୀତି କରୁଛନ୍ତି - ଦୀପାଳୀ ଦାସ
ଝାରସୁଗୁଡା, ୨୮ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ାର ପ୍ରସିଦ୍ଧ ଶ୍ରୀରାମ ନବମୀ ଶୋଭାଯାତ୍ରା ସମୟରେ ବିଭିନ୍ନ ବିଶୃଙ୍ଖଳାକୁ ନେଇ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ସମାଲୋଚନା କରିଛନ୍ତି | ବିଧାୟକ ତ୍ରିପାଠୀଙ୍କୁ ତୀବ୍ର ସମାଲୋଚନା କରି ପୂର୍ବତନ ବିଧାୟିକା
ଶୋଭାଯାତ୍ରାକୁ ନେଇ ବିଧାୟକ ଶସ୍ତା ରାଜନୀତି କରୁଛନ୍ତି - ଦୀପାଳୀ ଦାସ


ଝାରସୁଗୁଡା, ୨୮ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ାର ପ୍ରସିଦ୍ଧ ଶ୍ରୀରାମ ନବମୀ ଶୋଭାଯାତ୍ରା ସମୟରେ ବିଭିନ୍ନ ବିଶୃଙ୍ଖଳାକୁ ନେଇ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ସମାଲୋଚନା କରିଛନ୍ତି | ବିଧାୟକ ତ୍ରିପାଠୀଙ୍କୁ ତୀବ୍ର ସମାଲୋଚନା କରି ପୂର୍ବତନ ବିଧାୟିକା ଦୀପାଳୀ ଦାସ କହିଛନ୍ତି ଯେ, ନିଜର ଶସ୍ତା ଲୋକପ୍ରିୟତା ଓ ଶକ୍ତି ପ୍ରଦର୍ଶନ ପାଇଁ ବିଧାୟକ ତ୍ରିପାଠୀ ଝାରସୁଗୁଡ଼ାର ବର୍ଷ ବର୍ଷର ସାଂସ୍କୃତିକ ପରମ୍ପରାରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ବିଧାୟକଙ୍କ ଶୋଭାଯାତ୍ରା ଯୋଗୁଁ ବିଭିନ୍ନ ଆଖଡ଼ା ଦଳ ନିଜର ପ୍ରଦର୍ଶନ ସମ୍ପୂର୍ଣ୍ଣ କରିପାରିଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଯାହାଫଳରେ ଅଂଚଳବାସୀ ଶୋଭାଯାତ୍ରାକୁ ଉପଭୋଗ କରିପାରିଲେ ନାହିଁ I ଏପରିକି ଜନସାଧାରଣ ବିଧାୟକଙ୍କୁ ଦେଖିବାକୁ ଆସିନଥିଲେ ରାମନବମୀ ଶୋଭାଯାତ୍ରା ଦେଖିବାକୁ ଆସିଥିଲେ ବୋଲି ଦୀପାଳି କହିଛନ୍ତି | ଶୋଭାଯାତ୍ରା ସମୟରେ ହନୁମାନ ଅଭିନୟ କରୁଥିବା ଯୁବକଙ୍କୁ ତଳେ ବସାଇ ନିଜେ ଉପରେ ରହି ଧାର୍ମିକ ମନୋଭାବକୁ ବିଧାୟକ ତ୍ରିପାଠୀ କ୍ଷୁର୍ଣ୍ଣ କରୁଥିଲେ | ଏହା ସହିତ ତାଙ୍କର ଶୋଭାଯାତ୍ରାର ଆଗରେ ଯଥେଷ୍ଟ ଖାଲି ଥିବା ବେଳେ ସେ ନିଜେ ଜାଣିଶୁଣି ପଛରେ ଥିବା ଶୋଭାଯାତ୍ରା ବା ଆଖଡ଼ା ଦଳକୁ ଆଗକୁ ଆସିବାକୁ ଦେଉ ନ ଥିଲେ | ବିଧାୟକ ତ୍ରିପାଠୀଙ୍କ ଏପରି ହୀନମନ୍ୟତା ଆଚରଣର ଜବାବ ଝାରସୁଗୁଡା ବାସୀ ଆଗାମୀ ଦିନରେ ନିଶ୍ଚିତ ଭାବରେ ଦେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ପୂର୍ବତନ ବିଧାୟିକା ଦୀପାଳୀ ଦାସ ନିଜ ମନ୍ତବ୍ୟରେ ପ୍ରକାଶ କରିଛନ୍ତି |

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande