
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରପଡ଼ାଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା ଓ ସଶକ୍ତିକରଣ ନିମନ୍ତେ କାର୍ୟ୍ୟରତ ପୁନର୍ବାସ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ମାଧପୁରସ୍ଥିତ ଶିଶୁ ଥେରାପି କେନ୍ଦ୍ରରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାଗତ ଦାସ ଏହି ଶିଶୁ ଥେରାପି କେନ୍ଦ୍ରରେ ବିବିଧ ଥେରାପି ଚିକିତ୍ସା ଗ୍ରହଣ କରୁଥିବା ସମୁଦାୟ ୨୮ ଜଣ ସ୍ୱତନ୍ତ୍ର ଶିଶୁ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧୀୟ ପରାମର୍ଶ ପ୍ରଦାନ କରିଛନ୍ତି।ଏହା ଦ୍ୱାରା ଅଟିଜିମ୍ , ମସ୍ତିଷ୍କ ପକ୍ଷାଘାତ ଓ ବୌଦ୍ଧିକ ଅନଗ୍ରସର ସ୍ୱତନ୍ତ୍ର ଶିଶୁ ହିତାଧିକାରୀମାନେ ନିଶୁଳ୍କ ଭାବେ ଗୋଟିଏ ସ୍ଥାନରେ ଶିଶୁ ବିଶେଷଜ୍ଞଙ୍କ ଦ୍ୱାରା ସହଜରେ ଡାକ୍ତରୀ ପରାମର୍ଶ ପାଇବା ସହ ଥେରାପି କେନ୍ଦ୍ର କର୍ମଚାରୀଙ୍କ ଦ୍ୱାରା ଓଜନ ଓ ଉଚ୍ଚତା ମାପ ମଧ୍ୟ କରାଇପାରିଥିଲେ। ଅନୁଷ୍ଠାନ ପକ୍ଷରୁ ଫିଜିଓଥେରାପିଷ୍ଟ, ଆକ୍ୟୁପେଶନାଲ ଥେରାପିଷ୍ଟ ଓ ସପୋର୍ଟ ଷ୍ଟାଫ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ଏଥିପାଇଁ ପୁନର୍ବାସ ପକ୍ଷରୁ ଶିଶୁ ବିଶେଷଜ୍ଞ ଡାକ୍ତର ସ୍ୱାଗତ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି