
ବଲାଙ୍ଗିର, 28 ମାର୍ଚ୍ଚ (ହି.ସ.)
ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ର କୁଟାସିଂହା ଗ୍ରାମର ପଡାଗ୍ରାମ କଣ୍ଟାପାଳି ରେ ଅବସ୍ଥିତ ଥିବା ମୂଳ ବାସିନ୍ଦା ଚିତ୍ରା ସା ଆଜକୁ ୧ ବର୍ଷ ୪ ମାସ ବିଗତ ତା .୨୦/୧୦/୨୦୨୪ ରେ ଏସ ଏସ ଈ ପି ଡି ବିଭାଗ ରେ ଅନଲାଇନ କରିଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ତାଙ୍କ ପରିବାର ର ସ୍ବାମୀ ଛେଳି ଚରାଇ ଜୀବିକା ମେଣ୍ଟାଇଥାନ୍ତି। ତାଙ୍କ ରୋଜଗାର କ୍ଷମ କମିହା ପୁଅର ମଧ୍ୟ ମୃତ୍ୟୁ ଗତ ୨୦୨୨ ମସିହାରେ ହୋଇଯାଇଛି।ନିଜେ ଏବଂ ବୋହୂ ଓ ନାତି ର ବୋଝ ତୁଲାଇବାକୁ ପଡୁଛି।ଗରିବ ପରିବାର ଜମି କହିଲେ ନାମକୁ ମାତ୍ର ଥିବା ବେଳେ ଭତ୍ତା ରୁ ବଞ୍ଚିତ ହେବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ଚିତ୍ରା ସା ଜଣାଇଛନ୍ତି।ତେଣୁ ଯଥା ଶୀଘ୍ର ଭତ୍ତା ପ୍ରଦାନ କରିବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ