
କୋରେଇ, ୨୮ ମାର୍ଚ୍ଚ (ହି.ସ.) - ପାଣିକୋଇଲି ପୁଲିସ ସନ୍ଧ୍ୟାକାଳୀନ ପେଟ୍ରୋଲିଂଗ କରୁଥିଲା । ବିଭିନ୍ନ ସ୍ଥାନ ି ସ୍ଥାନ ବୁଲି ଆସିବା ପରେ ବଡବରୁଣାଇପଦା ଗ୍ରାମକୁ ଯାଇଥିଲା । ସେଠାରେ ପହଂଚିବା ପରେ ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ କଲ ପାଇ କାଜିପାଟଣା ଛକରେ ଚଢାଉ କରିଥିଲା । ସେଠାରେ ଜଣେ ବ୍ୟକ୍ତିର ଚାଲିଚଲଣ ଉପରେ ସନ୍ଦେହ ହେବାରୁ ତାକୁ ଧରିଥିଲେ । ତା ନିକଟରୁ ୪୫ ବୋତଲ (୯ଲିଟର) ଦେଶୀ ମଦ (ଆସ୍କାଫର୍ଟି) ମିଳିଥିଲା । ତାକୁ ଥାନାକୁ ଆଣିବା ପରେ ସେ ପଥରପଦା କାଜିପାଟଣା ଗ୍ରାମର ରାଜକିଶୋର ଦାସଙ୍କ ପୁଅ ହରେକୃଷ୍ଣ ଦାସ(୪୭)କୁ ଗିରଫ କରିଥିଲା । ଏନେଇ ଏକ ମାମଲା ୯୮/୨୬ ଦଫା ୫୨(ଏ୦ ଓଡିଶା ଏକ୍ସାଇଜ ଆକ୍ଟରେ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ