ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମଙ୍କୁ ଆର୍ôଥକ ସହାୟତା
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ୟ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ଚାନ୍ଦୋଳସ୍ଥିତ ଖର୍ଦ୍ଦାସାହି ଗ୍ରାମର ଚଳନଶକ୍ତି ବାଧିତ ଦେବରାଜ ଭୂୟାଁଙ୍କୁ କ
ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମଙ୍କୁ ଆର୍ଥିକ ସହାୟତା


କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ୟ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ଚାନ୍ଦୋଳସ୍ଥିତ ଖର୍ଦ୍ଦାସାହି ଗ୍ରାମର ଚଳନଶକ୍ତି ବାଧିତ ଦେବରାଜ ଭୂୟାଁଙ୍କୁ କ୍ଷୁଦ୍ର ବ୍ୟବସାୟ ଦ୍ୱାରା ସ୍ୱାବଲମ୍ବୀ ଜୀବନ ଅତିବାହିତ ପାଇଁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ପୁନର୍ବାସ ଅନୁଷ୍ଠାନ ପକ୍ଷରୁ କୋଷାଧକ୍ଷ ଶିବଚରଣ ସାମଲ, ସହ ସମ୍ପାଦକ ବଂଶୀଧର ମହାନ୍ତି ଓ ସଭ୍ୟ ପ୍ରତାପ ସ୍ୱାଇଁ ଖର୍ଦ୍ଦାସାହିସ୍ଥିତ ଦିବ୍ୟଙ୍ଗ ଦେବରାଜଙ୍କ ବାସଗୃହକୁ ଟ୧୦, ୦୦୦ଙ୍କା( ଦଶ ହଜାର)ର ଚେକ୍ ପ୍ରଦାନ କରିଥିଲେ। କ୍ଷୁଦ୍ର ବ୍ୟବସାୟ ଦ୍ୱାରା ସ୍ୱାବଲମ୍ବୀ ଜୀବନ ନିର୍ବାହନ ନିମନ୍ତେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande