
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଓକିଲସଂଘ ନିର୍ବାଚନ ପାଇଁ ଆଜି(ଶନିବାର) ଶେଷ ଦିନ ଥିବାରୁ ଜିଲ୍ଲା ଓକିଲ ସଂଘର ସଭ୍ୟ ଭାବେ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ବରିଷ୍ଠ ଆଇନ୍ଜୀବୀମାନେ ହ୍ୱିଲ୍ଚେୟାର, ଅଟୋଏବଂ ଅନ୍ୟମାନଙ୍କ ସହାୟତାରେ କୋର୍ଟ ପରିସରରେ ପହଂଚି ନିଜର ମତଦାନ ସାବ୍ୟସ୍ତ କରିଥିଲେ। ତେବେ ଜିଲ୍ଲା ଓକିଲସଂଘ ପକ୍ଷରୁ ଆଇନ୍ଜୀବୀ ବନ୍ଧୁମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଏହି ଓକିଲସଂଘ ନିର୍ବାଚନ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲୁରହିଛି। ତେବେ ଶାନ୍ତିଶୃଙ୍ଖଳାର ସହ ଓକିଲସଂଘ ନିର୍ବାଚନ ଶେଷ ହୋଇଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି