
କୋରେଇ, ୨୮ ମାର୍ଚ୍ଚ (ହି.ସ.) - ପାରିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମିଜ୍ଜାପୁର ଛକରେ ଆଜି ଡମ୍ପର ଚକା ତଳେ ବାଇକ ପଡିଯାଇଥିଲା ବେଳେ ଚାଳକ ଅଳ୍ପକେ ବର୍ତିଯାଇଛି । ପ୍ରକାଶଯେ ଏକ ଡମ୍ପର ଓଭରବ୍ରିଜ ଦେଇ ଶଗଡି ଆଡକୁ ଯାଉଥିବା ବେଳେ ଟିକର ପଟୁ ଆସୁଥିବା ଏକ ବାଇକ ଆରୋହୀ ବାଇକ ସହ ଚକାତଳେ ପଡିଥିଲା । ସୌଭାଗ୍ୟ ବଶତଃ ବାଇକଟି ଭାଂଗିଥିବା ବେଳେ ଚାଳକ ବର୍ତିଯାଇଥିଲା । ସ୍ଥାନୀୟ ଲୋକମାନେ ପହଂଚି ତାକୁ ବୁଝାସୁଝା କରି ଉଭୟଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ପଠାଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ