
ବଲାଙ୍ଗିର, 28 ମାର୍ଚ୍ଚ (ହି.ସ.)
ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଜରୁରୀକାଳୀନ ବିଭାଗରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଏହି ନିୟନ୍ତ୍ରଣ କକ୍ଷ ଏଲପିଜି (LPG), ମୋଟର ସ୍ପିରିଟ୍ (Petrol) ଓ ହାଇ ସ୍ପିଡ୍ ଡିଜେଲ୍ (HSD) ସମ୍ପର୍କିତ ସୂଚନା ସଂଗ୍ରହ ଓ ପ୍ରସାରଣ ପାଇଁ କାର୍ଯ୍ୟ କରିବ । ଏହି ପାଇଁ ବଲାଙ୍ଗୀର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ରର ୦୬୬୫୨–୨୩୨୪୫୨, ୦୬୬୫୨–୨୩୦୯୬୯ ଓ ୯୪୩୮୭୭୬୩୯୪ ନମ୍ବର ବିଶିଷ୍ଟ ଟେଲିଫୋନ ସେବା ଉପଲବ୍ଧ କରାଯାଇଛି ।
ଜିଲ୍ଲାବାସୀ ଏହି ନମ୍ବରଗୁଡ଼ିକ ମାଧ୍ୟମରେ ଏଲପିଜି, ପେଟ୍ରୋଲ ଓ ଡିଜେଲ୍ ସମ୍ପର୍କିତ ନିଜର ସମସ୍ୟା କିମ୍ବା ଅଭିଯୋଗ ପଞ୍ଜୀକରଣ କରିପାରିବେ। ନିୟନ୍ତ୍ରଣ କକ୍ଷରେ ନିଯୁକ୍ତ ସମ୍ପୃକ୍ତ ଅଧିକାରୀମାନେ ପ୍ରାପ୍ତ ସୂଚନା ଓ ଅଭିଯୋଗଗୁଡ଼ିକୁ ଗ୍ରହଣ କରି, ସେଗୁଡ଼ିକୁ ତୁରନ୍ତ ଉଚ୍ଚ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିବେ, ଯାହାଦ୍ୱାରା ଆବଶ୍ୟକ ମୁହୂର୍ତ୍ତରେ ସମସ୍ୟାର ସମାଧାନ ସୁନିଶ୍ଚିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ