
ମୁଖୀଗୁଡ଼ା,୨୮ ମାର୍ଚ୍ଚ(ହି.ସ.) – କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତୁମରିଖୋଲ ଜଙ୍ଗଲ ନାଳ ପାଖରେ ଆଜି ଏକ ବଡ଼ ଧରଣର ଅବକାରୀ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ବିପୁଳ ପରିମାଣର ବେଆଇନ ମଦ ଓ ପୋଚ ନଷ୍ଟ କରାଯ।।ଇଛି। ସୂଚନା ଆଧାରରେ ଜୟପାଟଣା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ତୁମରିଖୋଲ ଜଙ୍ଗଲ ଅଂଚଳରେ ଚଢ଼ାଉ କରାଯାଇଥିଲା। ସେଠାରେ ଥିବା ଏକ ନାଳ ପାଖରେ ମଦ ରନ୍ଧା ପାଇଁ ପ୍ରସ୍ତୁତ ରଖାଯାଇଥିବା ପ୍ରାୟ ୧୦ ହଜାର କେଜି ପୋଚ ଏବଂ ୧୫୦ଲିିିଟର ଦେଶୀ ମଦକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି ହେଲେ କେହି ଗିରଫ ହୋଇନାହାନ୍ତି।ଏହି ମିଳିତ ଚଢ଼ାଉରେ ଧର୍ମଗଡ଼ ରେଞ୍ଜ ଇନ୍ସପେକ୍ଟର ଅରୁଣ କୁମାର ଯୋଶୀ, ଜୟପାଟଣା ଓଆଇସି ସୁରେଶ ଚନ୍ଦ୍ର ଭୋଇ, କୋକସରା ଓଆଇସି ଗୁପ୍ତେଶ୍ୱର ପଟେଲ। ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ଏଏସଆଇ ସତ୍ୟନାରାୟଣ ପ୍ରଧାନ ସାମିଲ ଥିଲେ।
ଏହା ବ୍ୟତୀତ ବଳଭଦ୍ର ପାତ୍ର, ଅରୁଣାକ୍ଷ ଧ. ମାଝୀ, ମହାଦେବ ମାଝୀ, ଭାନୁ ଚନ୍ଦ୍ର ମାଝୀ, ରବି ନାଗ, ଶ୍ରୀକାନ୍ତ ଠାକୁର, ଦୀପ୍ତି ରଞ୍ଜନ ସାହୁ ଏବଂ କୀର୍ତି ଜେନା ପ୍ରମୁଖ କର୍ମଚାରୀମାନେ ଏହି ଚଢ଼ାଉରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ନିହାର