ରବିଧାନ ବିକ୍ରିପାଇଁ ପଞ୍ଜିକରଣରୁ ବାଦ ପଡିଲେ ଚାଷୀ, ଆନ୍ଦୋଳନ ପାଇଁ ସଜବାଜ
ମୁଖୀଗୁଡା, ୨୮ ମାର୍ଚ୍ଚ (ହି.ସ.)- ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଉଠା ଜଳସେଚନ ଉପରେ ନିର୍ଭର କରି ଚାଷ କରିଥିବା ଚାଷୀ କେଉଁଠି ଉତ୍ପାଦିତ ଧାନ ବିକ୍ରି କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ପଞ୍ଜିକରଣରୁ ବାଦ୍ ପଡ଼ିଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅ
ରବିଧାନ ବିକ୍ରିପାଇଁ ପଞ୍ଜିକରଣରୁ ବାଦ ପଡିଲେ ଚାଷୀ, ଆନ୍ଦୋଳନ ପାଇଁ ସଜବାଜ


ମୁଖୀଗୁଡା, ୨୮ ମାର୍ଚ୍ଚ (ହି.ସ.)- ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଉଠା ଜଳସେଚନ ଉପରେ ନିର୍ଭର କରି ଚାଷ କରିଥିବା ଚାଷୀ କେଉଁଠି ଉତ୍ପାଦିତ ଧାନ ବିକ୍ରି କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ପଞ୍ଜିକରଣରୁ ବାଦ୍ ପଡ଼ିଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟା ନେଇ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଛନ୍ତି। ସରକାରଙ୍କ ଯଦି ଚାଷୀଙ୍କ ଧାନ କ୍ରୟ ପାଇଁ କ୍ଷମତା ନଥିଲା ତେବେ ଜଳ ଯୋଗାଣ କାହିଁକି କରୁଥିଲେ, ଏହା ବହୁତ ନିନ୍ଦନୀୟ, ଆଗାମୀ ଦିନରେ ଚାଷୀ ଏହାର ଠିକ୍ ଜବାବ ଦେବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ। ଚଳିତ ରବି ଋତୁରେ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ୭୬ ଗାଁର ପ୍ରାୟ ୧୮,୮୮୫ ହେକ୍ଟର ଚାଷ ଜମିକୁ ଇନ୍ଦ୍ରାବତୀ ମେଗା ଲିଫ୍ଟ ଜରିଆରେ ପାଣି ଯୋଗାଇ ଦିଆଯାଇଛି। ସରକାର ପାଣି ଯୋଗାଇ ଦେଇଥିଲେ ହେଁ ଧାନ ବିକ୍ରି ପାଇଁ ପଞ୍ଜିକରଣ ସୁଯୋଗ ନଦେବା ଚାଷୀଙ୍କୁ ବିଚଳିତ କରିଛି। ଯଦି ତୁରନ୍ତ ଏହି ଚାଷୀମାନଙ୍କୁ ପଞ୍ଜିକରଣ ପ୍ରକ୍ରିୟାରେ ସାମିଲ କରାନଯାଏ, ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ହେବାର ଆଶଙ୍କା ଦେଖାଦେଇଛି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande