ଗୋପବନ୍ଧୁନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ଲାଟିନମ ଜୁବିଲି ସମାରୋହ ଉଦ୍ଘାଟିତ
ଭଦ୍ରକ, ୨୮ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ହସନାବାଦ ପଂଚାୟତ ସ୍ଥିତ ଗୋପବନ୍ଧୁନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ବିଦ୍ୟାଳୟର ପ୍ଲାଟିନମ ଜୁବିଲି (ପ୍ଲାଟିନମ ଜୟନ୍ତୀ) ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍
GOPABANDHU NAGAR SCHOOL PLANTINUM JUBLEE


ଭଦ୍ରକ, ୨୮ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ହସନାବାଦ ପଂଚାୟତ ସ୍ଥିତ ଗୋପବନ୍ଧୁନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ବିଦ୍ୟାଳୟର ପ୍ଲାଟିନମ ଜୁବିଲି (ପ୍ଲାଟିନମ ଜୟନ୍ତୀ) ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧି ଯୋଗଦେଇ ଶିକ୍ଷାନୁଷ୍ଠାନର ଗୌରବମୟ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଏବଂ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଏହି ପୁରାତନ ବିଦ୍ୟାଳୟର ଅବଦାନକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ସାଂସଦଙ୍କ ବ୍ଳକ ପ୍ରତିନିଧି ମନୋଜ କୁମାର ମଲ୍ଲିକ ଏବଂ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ପୁରାତନ ଛାତ୍ର ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାକୁ ସମ୍ପାଦକ ବିରଂଚି ମଲ୍ଲିକ ସଂଚାଳନ କରିଥିଲେ। ଏହି ଅବସରରେ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପୂର୍ବତନ ପ୍ରଧାନ ଶିକ୍ଷକ ଦିଲୀପ ରାଉତ, ବିଶିଷ୍ଟ ଶିକ୍ଷାବିତ ଶାନ୍ତନୁ ରାଉତ, ଡକ୍ଟର ହରେକୃଷ୍ଣ ନାୟକ ଏବଂ ନାଟ୍ୟକାର ବାଦଲ ଶିକଦାର ଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସ୍ୱାଗତ ସଙ୍ଗୀତ ଓ ମନୋରମ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପୁରାତନ ଓ ବର୍ତମାନର ଛାତ୍ରଛାତ୍ରୀଙ୍କ ସମାଗମରେ ସ୍କୁଲ ପଡ଼ିଆରେ ଏକ ଆନନ୍ଦମୟ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ର ସଂସଦର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦିଲୀପ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande