
ଗଞାମ, ୨୮ ମାର୍ଚ୍ଚ (ହି.ସ.)- ଗାଁ ଗହଳିଠାରୁ ଆରମ୍ଭ କରି ସହର ଯାଏ ଦଣ୍ଡ ଯାତ୍ରାର ଢୋଲମହୁରୀ ଶବ୍ଦରେ ଦୁଲୁକୁଛି । ପୂର୍ବରୁ ୨୧ ଦିନିଆ ଦଣ୍ଡ ବାହାରି ସାରିଥିବା ବେଳେ ଆଜି ପୁଣି ଶହଶହ ୧୮ ଦିନିଆ ଦଣ୍ଡ ଯାତ୍ରା ବାହାରି ଜିଲାକୁ ସରଗରମ କରଛି। ଦଣ୍ଡ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଗୀତ ଅଭିନୟ କରିବା ବାରଣ ହୋଇଥିଲେ ମଧ୍ୟ କେତେକ ଦଣ୍ଡ ଯାତ୍ରା ଦଳ ଏହାକୁ ପାଳନ କରୁନାହାନ୍ତି । ଦଣ୍ଡ ଯାତ୍ରା ସମୟରେ ବହୁ ଅସାମାଜିକ ତତ୍ଵଙ୍କ ସମାବେଶ ହେଉଥିବାରୁ ବିଭିନ୍ନ ବିଶୃଙ୍ଖଳା ସୃଷ୍ଟି ହେଉଛି । ଯେଉଁମାନେ ମାନସିକ ଦଣ୍ଡଯାତ୍ରା ନିଜ ଘର ସମ୍ମୁଖରେ କରିବେ ସେମାନେ ନିକଟସ୍ଥ ପୁଲିସ ଥାନାର ଅନୁମତି ନେବାକୁ ସାଧାରଣରେ ଦାବି ହେଉଛି। ଏଣୁ ଦଣ୍ଡ ଯାତ୍ରା ହେଉଥିବା ସମୟରେ ପୁଲିସ୍ ମୁତୟନ ରହିବା ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଉଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ