କୂଆପଥର ବର୍ଷାରେ ପନିପରିବା ଚାଷ ନଷ୍ଟ
ଜୟପୁର, ୨୮ ମାର୍ଚ୍ଚ (ହି.ସ.)- ଚଳିତ ବର୍ଷ ପୁଣି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ କୂଅପଥର ବର୍ଷା ଉଜାଡିଛି ପନିପରିବା ଚାଷୀଙ୍କ ଚାଷ । ଗତକାଲି ସନ୍ଧ୍ୟାରେ ବୋରିଗୁମ୍ମା ବ୍ଲକରେ କରାଳ ରୂପ ଦେଖାଇଛି କାଳବୈଶାଖୀ। ହର୍ଦ୍ଧଳୀ କାମରା, ଏବଂ ଏହାର ଆଖପାଖ ଅଞ୍ଚଳ। ପଞ୍ଚାୟତର ଡ଼ାବୁଗୁଡା, ଖୁପିଆ,
କୂଆ ପଥର ବର୍ଷା ରେ ପନିପରିବା ଚାଷ ନଷ୍ଟ


ଜୟପୁର, ୨୮ ମାର୍ଚ୍ଚ (ହି.ସ.)- ଚଳିତ ବର୍ଷ ପୁଣି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ କୂଅପଥର ବର୍ଷା ଉଜାଡିଛି ପନିପରିବା ଚାଷୀଙ୍କ ଚାଷ । ଗତକାଲି ସନ୍ଧ୍ୟାରେ ବୋରିଗୁମ୍ମା ବ୍ଲକରେ କରାଳ ରୂପ ଦେଖାଇଛି କାଳବୈଶାଖୀ। ହର୍ଦ୍ଧଳୀ କାମରା, ଏବଂ ଏହାର ଆଖପାଖ ଅଞ୍ଚଳ। ପଞ୍ଚାୟତର ଡ଼ାବୁଗୁଡା, ଖୁପିଆ, କାମରା, ସରୁଗୁଡା ଏବଂ ପର୍ଲି ଗ୍ରାମରେ ବଡ ବଡ କୁଆପଥର ପଡିଛି। ଏମିତିକି ଅନେକ ପନିପରିବା ଚାଷ ଜମିରେ ବରଫର ଧଳା ଚଦର ଘୋଡେଇ ହୋଇ ରହିଛି। ଫଳରେ ଏକର ଏକର ପନିପରିବା ଚାଷ ନଷ୍ଟ ହୋଇଛି। ଧାର କରଜ କରି ଟମାଟୋ ଓ ବାଇଗଣ ଚାଷ କରିଥିବା ଅନେକ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande