
ନୂଆଦିଲ୍ଲୀ,୨୮ ମାର୍ଚ୍ଚ(ହି.ସ.) – ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋର ଏକ ବିମାନକୁ ଶନିବାର ସକାଳେ ଟେକ୍ନିକ୍ ଖରାପ କାରଣରୁ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡି କରିବାକୁ ପଡ଼ିଥିଲା। ଏଥିରେ ଥିବା ୧୬୧ ଯାତ୍ରୀ ଏବଂ ଚାଳକ ଦଳର ସମସ୍ତ ସଦସ୍ୟ ସୁରକ୍ଷିତ। ଦମକଳ କର୍ମୀଙ୍କୁ ସକାଳ ପ୍ରାୟ ୧୦.୫୩ରେ ଜରୁରୀକାଳୀନ ସ୍ଥିତିର ସୂଚନା ମିଳିଛି ଯାହାପରେ ପାଂଚ ଗାଡ଼ି ରନ୍ୱେରେ ନିଯୁକ୍ତି କରିଦିଆ ଯାଇଛି।
ଦିଲ୍ଲୀ ପୋଲିସ୍ ମୁତାବିକ ଇଣ୍ଡିଗୋର ଏକ ବିମାନ ବିଶାଖାପାଟନମ୍ରୁ ଦିଲ୍ଲୀ ଆସୁଥିଲା, ସେତେବେଳେ ଇଂଜନ୍ ଫେଲ୍ ହେବାପରି ସ୍ଥିତି ଉତ୍ପନ୍ନ ହୋଇଯାଇଥିଲା। ବିମାନକୁ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା। ଇଣ୍ଡିଗୋର ବିମାନ ସଂଖ୍ୟା ୬ଇ ୫୭୯ ସକାଳ ୮.୩୯ରେ ବିଶାଖାପାଟନମରୁ ଦିଲ୍ଲୀ ଆସୁଥିଲା। ଯାତ୍ରା ସମୟରେ ଅଚାନକ ବିମାନର ଇଂଜନରେ ଟେକ୍ନିକ୍ ଖରାପ ଆସିଯାଇଥିଲା। ଶୂନ୍ୟରେ ବିମାନର ଏକ ଇଂଜନ ଫେଲ୍ ହେବାର ଖବର ମିଳିବା ପରେ ସେଥିରେ ଥିବା ଯାତ୍ରୀମାନେ ଡର ଏବଂ ଭୟଭୀତର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଦେଖି ପାଇଲଟ ତୁରନ୍ତ ଦିଲ୍ଲୀ ଏୟାର ଟ୍ରାକିଂ କଂଟ୍ରୋଲକୁ ସୂଚିତ କରାଯାଇଥିଲା, ଯାହାପରେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଏମରଜେନ୍ସି ପୋଟ୍ରୋକଲ୍ ସକ୍ରିୟ କରାଯାଇଥିଲା। ସୁରକ୍ଷାକୁ ଦେଖି ରନୱେ ନମ୍ବର ୨୮କୁ ଖୋଲାକରି ହାଇଆଲର୍ଟରେ ରଖାଗଲା।
ପାଇଲଟ ସିଙ୍ଗଲ ଇଂଜନର ସହାରେ ବିମାନକୁ ସନ୍ତୁଳିତ ରଖି ସୁରକ୍ଷିତ ଲ୍ୟାଣ୍ଡ କରାଯାଇଥିଲା। ବିମାନର ଜମି ଛୁଇଁବା ପରେ ସମସ୍ତ ୧୬୧ ଯାତ୍ରୀ ଏବଂ ଚାଳକ ଦଶ ସଦସ୍ୟ ଆଶ୍ୱସ୍ତି ହୋଇଥିଲେ। ଇଣ୍ଡିଗୋ ପ୍ରବକ୍ତା ଏହି ଘଟଣାରେ ବୟାନରେ କହିଛନ୍ତି, ଲାଣ୍ଡିଂରେ କିଛି ସମୟ ପରେ ଟେକନିକ୍ ଖରାପ ଜଣାଯାଇଥିଲା। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜରରେ ପାଇଲଟ ପ୍ରାଥମିକତା ଆଧାରରେ ଲ୍ୟାଣ୍ଡିଂର ଅନୁରୋଧ କରିଥିଲେ ଏବଂ ବିମାନ ସୁରକ୍ଷିତ ରୂପେ ଅବତରଣ କରିଥିଲା। ତେବେ ବିମାନର ଆବଶ୍ୟକ ଯାଂଚ ଏବଂ ଦେଖାଶୁଣା ଜାରି ଅଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି